fbpx

‘ଫ୍ରି ଥାଳି’ ବେଟରେ ଫସିଗଲେ ମହିଳା, ୯୦,୦୦୦ ଟଙ୍କା ଲୁଟିନେଲେ ସାଇବର ଠକ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଜଣେ ୪୦ ବର୍ଷୀୟ ମହିଳା ୯୦,୦୦୦ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଗୋଟିଏ ପ୍ଲେଟ(ମିଲ୍) ଅର୍ଡରରେ ଅନ୍ୟ ଏକ ଥାଳି ମାଗଣା ମିଳିବା ଲୋଭରେ ସେ ଆପ ଡାଉନଲୋଡ କରି ଏପରି ଠକେଇର ଶିକାର ହୋଇଛନ୍ତି । ଠକେଇ ପରେ ସେ ପୋଲିସ ନିକଟରେ ଅଭିଯୋଗ ଆଣିଛନ୍ତି ।

ସାବିତ୍ରୀ ଶର୍ମାଙ୍କ ଅଭିଯୋଗ ଅନ୍ୟୁାୟୀ, ସେ ଜଣେ ବ୍ୟାଙ୍କର ଉଚ୍ଚସ୍ତରୀୟ କର୍ମଚାରୀ । ତାଙ୍କର ଜଣେ ସଂପର୍କୀୟ ତାଙ୍କୁ ଏହି ଅଫର ଫେସବୁକରେ ମିଳୁଥିବା କଥା କହିଥିଲେ । ଏହାପରେ ସେ ସେହି ସାଇଡ୍ ପରିଦର୍ଶନ କରିବାପରେ, ସେଠାରେ ଦିଆଯାଇଥିବା ନମ୍ବରକୁ ଫୋନ କରିଥିଲେ । ଫୋନ ଉଠାଇଥିବା ବ୍ୟକ୍ତି ଜଣକ ତାଙ୍କୁ ଏକ ଲିଙ୍କ ଦେଇ ଏକ ଆପ୍ଲିକେସନ ଡାଉନଲୋଡ କରିବାକୁ କହିଥିଲେ ।

ଆପ ଡାଉନଲୋଡ କରିବାପରେ ସେ ଆଇଡି ପାସୱାର୍ଡ ପକାଇଥିଲେ । ଏହାପରେ ସେ ତାଙ୍କ ଫୋନର ନିୟନ୍ତ୍ରଣ ହରାଇବାକୁ ଲାଗିଲେ । ଏହାପରେ ତାଙ୍କୁ ଏକ ମେସେଜ ଆସିଥିଲା ତାଙ୍କ ବ୍ୟାଙ୍କରୁ ୪୦,୦୦୦ ଟଙ୍କା କଟିଛି ବୋଲି । ଏହାପରେ ଅନ୍ୟ ଏକ ମେସେଜ ଆସିଲା ୫୦ ହଜାର କଟିବାର ।

ଏନେଇ ପୋଲିସ ଅଫିସର କହିଛନ୍ତି ଯେ, ଶିକ୍ଷିତ ଲୋକେ ଏପରି କିଛି ଆପ ଡାଉନଲୋଡ କରିବା କଥା ନୁହେଁ । କାରଣ ସାଇବର ଠକମାନେ, ଠକେଇର ନୂଆ ନୂଆ ପଥା ଅବଲମ୍ବନ କରୁଛନ୍ତି । ପୋଲିସ ଏହି ଠକେଇର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.