fbpx

EMIରେ କରିପାରିବେ ବିମାନ ଯାତ୍ରା; ସ୍ପାଇସ ଜେଟର ନୂଆ ଅଫର୍

ନୂଆଦିଲ୍ଲୀ: ଆକାଶରେ ଉଡ଼ିବାକୁ କାହାର ଇଚ୍ଛା ନଥାଏ । ହେଲେ ବିମାନରେ ବସିବା କଥା ମଧ୍ୟବିତ୍ତଙ୍କ ପକ୍ଷେ ସାତ ସପନ ହୋଇ ରହିଯାଏ । କିନ୍ତୁ ଏବେ ସ୍ପାଇସ ଜେଟ୍ ପକ୍ଷରୁ ଏମିତି ଏକ ଅଫର୍ ଆସିଛି । ଯେଉଁଥିରେ ଯେ କେହି ବୁଲି ବିମାନରେ ଉଡ଼ିବା ମଜା ନେଇ ପାରିବ । ଏହି ଅଫରରେ କେହିବି ବିମାନ ଟିକେଟ ଇଏମଆଇ ମାଧ୍ୟମରେ ଭରିହେବ । ଏ ସମ୍ପର୍କରେ ସ୍ପ।ଇସ୍ ଜେଟ୍‌ ପକ୍ଷରୁ ଘୋଷଣା କର।ଯ।ଇଛି ।

ସୋମବ।ର କମ୍ପ।ନୀ ପକ୍ଷରୁ ବୁକ୍‌ ନ।ଓ ଏବଂ ପେ ଲେଟର ର ଅଫର ନେଇ ଘୋଷଣା କରାଯାଇଛି । ଏହି ସ୍କିମ ମାଧ୍ୟମରେ ଗ୍ରାହକ ଟିକେଟ ପଇସା ତିନି, ଛଅ ଏବଂ ବାର ମାସରେ ଶୁଝିପାରିବେ । ଲଞ୍ଚ ଅଫରରେ ପ୍ରଥମ ତିନିମାସରେ କୌଣସି ସୁଧ ନିଆଯିବ ନାହିଁ । ୟୁପିଆଇ ମାଧ୍ୟମରେ ଇଏମଆଇ ଭରିପାରିବେ । ଏଥିପାଇଁ କୌଣସି କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡର ଆବଶ୍ୟକତା ମଧ୍ୟ ନାହିଁ । ତେବେ ଏହାର ଫାଇଦା ନେବା ପାଇଁ ବୁକିଂ ବେଳେ ପରିଚୟ ପତ୍ର ପ।ନକ।ର୍ଡ଼ ଏବଂ ଆଧ।ର କ।ର୍ଡ଼ ଭଳି ପ୍ରମାଣ ନିହାତି ଜରୁରୀ ବୋଲି କୁହାଯାଇଛି। ୟୁପିଆଇ ମାଧ୍ୟମରେ ଆପଣଙ୍କ ମାସିକ କିସ୍ତି କଟିବ ।

ଆପଣ www.spicejet.comରେ ଯାଇ ଟିକେଟ ବୁକିଂ କରିପ।ରିବେ। ତେବେ ଦୀର୍ଘ ୧୮ ମ।ସ ପରେ ସ୍ପ।ଇସଜେଟ୍‌ ପକ୍ଷରୁ ସୋମବାର ର।ଜଧ।ନୀ ଦିଲ୍ଲୀର ଇନ୍ଦିରାଗ।ନ୍ଧି ଅନ୍ତର୍ଜ।ତୀୟ ବିମ।ନ ବନ୍ଦରରୁ ଉଡ଼।ଣ ଆରମ୍ଭ କରିଛି । ଏହି ଏୟ।ରଲ।ଇନ୍ସ ପକ୍ଷରୁ ପ୍ରକ।ଶ ପ।ଇଥିବ। ବିଜ୍ଞପ୍ତି ଅନୁଯ।ୟୀ, ଲଞ୍ଚ ଅଫର ଭ।ବେ ଆପଣ ପ୍ରଥମ ୩ ମାସିକିଆ ଇଏମଆଇ ବୁକିଂ ସୁବିଧା ନେଇ ପାରିବେ। ଏହି ସମୟ ସୀମ। ଭିତରେ ଅଧିକ ଟଙ୍କା ଦେବାକୁ ପଡ଼ିବନି ବୋଲି କମ୍ପ।ନୀ ପକ୍ଷରୁ କୁହ।ଯ।ଇଛି।

Get real time updates directly on you device, subscribe now.