fbpx

ଦିଲ୍ଲୀରେ ଯାଦୁ ଦେଖାଇଲେ ସ୍ପିନର: ଭାରତ ଆଗରେ ୧୦୦ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚାଲିଛି। ବର୍ଷା କାରଣରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲ। ଟସ୍ ଜିତି ଶିଖର ଧାୱନ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୯୯ ରନ୍ ରେ ଅଲଆଉଟ୍ ହୋଇଯାଇଛି। ଏଭଳି ସ୍ଥିତରେ ଶେଷ ମ୍ୟାଚ୍ ଜିତି ସିରିଜକୁ କବଜା କରିବା ପାଇଁ ଭାରତକୁ ୧୦୦ ରନ୍ କରିବାକୁ ପଡିବ।

ଭାରତୀୟ ଟିମ୍ ବିନା କୌଣସି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଥିଲା। ଆଜିର ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଭାବରେ ଡେଭିଡ୍ ମିଲର ଦାୟିତ୍ୱ ତୁଲାଇଥିଲେ। ପ୍ରଥମ ମ୍ୟାଚ୍ ରେ ତେମ୍ବା ବୁଭାମା ଏବଂ ଦ୍ୱିତୀୟ ମ୍ୟାଚ୍ ରେ କେଶବ ମହାରାଜ ଅଧିନାୟକ ଦାୟିତ୍ୱ ସମ୍ବାଳିଥିଲେ।

ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୪ଟି ଉଇକେଟ୍ ନେଇଥିବା ବେଳେ ସିଙ୍ଗଟନ୍ ସୁନ୍ଦର, ମହମଦ ସିରାଜ, ଶାହବାଜ ଅହମଦ ଦୁଇଟି ଲେଖାଏଁ ଉଇକେଟ୍ ପାଇଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ହେନିରିଚ୍ କ୍ଲାସନ୍ ସର୍ବାଧିକ ୩୪ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପଛକୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାନେମନ୍ ମଲାନ୍ ୧୫ ଏବଂ ବୋଲର ମାର୍କୋ ଜନସନ ୧୪ ରନ୍ କରିଥିବା ବେଳେ ବାକି ୯ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

Get real time updates directly on you device, subscribe now.