fbpx

ଗୋଟିଏ ପତ୍ନୀ ଥିବାବେଳେ ମୁସଲମାନଙ୍କୁ ଦ୍ୱିତୀୟ ବିବାହରୁ ଦୂରେଇ ରହିବା ଉଚିତ୍: ହାଇକୋର୍ଟ

Advertisement

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତାଙ୍କ କହିବା ମୁତାବକ, ସେ ନିଜ ଶୁଣାଣି ବେଳେ କହିଛନ୍ତି ଯେ, ଇସଲାମ ଆଇନରେ ଜଣେ ପତ୍ନୀ ଥାଇ ଦ୍ୱିତୀୟ ବିବାହକୁ ଅନୁମତି ମିଳିଛି ସତ, କିନ୍ତୁ ତାଙ୍କୁ ପ୍ରଥମ ପତ୍ନୀଙ୍କ ଇଛା ବିରୁଦ୍ଧରେ କୋର୍ଟ ସହ ରହିବାକୁ ବାଧ୍ୟ କରିବାର ଆଦେଶ ପାଇବାକୁ ଅଧିକାର ନାହିଁ । କୋର୍ଟ କହିଛନ୍ତି ଯେ, ପତ୍ନୀଙ୍କ ସହମତି ବିନା ଦ୍ୱିତୀୟ ବିବାହ କରିବା ପ୍ରଥମପତ୍ନୀଙ୍କ ପ୍ରତି କ୍ରୁରତା ବା ନିଷ୍ଠୁରତା ।

ଏହା ସହ କୋର୍ଟ କହିଛନ୍ତି ଯେ, ଯେଉଁ ସମାଜରେ ମହିଳାଙ୍କୁ ସମ୍ମାନ ଦିଆଯାଏନି, ତାକୁ ସଭ୍ୟ ସମାଜ କୁହାଯାଇପାରିବ ନାହିଁ । ମହିଳାଙ୍କୁ ସମ୍ମାନ କରୁଥିବା ଦେଶକୁ ହିଁ କେବଳ ସଭ୍ୟ ଦେଶ କୁହାଯାଇପାରିବ । ଏହା ସହ କୋର୍ଟ କହିଛନ୍ତି ଯେ, ମୁସଲମାନମାନେ ଗୋଟିଏ ପତ୍ନୀ ଥିବାବେଳେ ଅନ୍ୟକୁ ବିବାହ କରିବା ଠାରୁ ଦୂରେଇ ରହିବା ଉଚିତ୍ । ପତ୍ନୀଙ୍କୁ ନ୍ୟାୟ ଦେବାରେ ଅସମର୍ଥ ଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ‘କୁରାନ’ ମଧ୍ୟ ଅନୁମତି ଦେଇନଥାଏ ।

କୋର୍ଟ ଯଦି ପ୍ରଥମ ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରନ୍ତି, ତେବେ ଏହା ମହିଳାଙ୍କ ସମ୍ମାନଜନକ ଜୀବନ ତଥା ବ୍ୟକ୍ତିଗତ ସ୍ୱାଧୀନତାର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେବ । ହାଇକୋର୍ଟ କୁରାନର ସୁରା ୪ ଆୟତ ୩ ଅନୁସାରେ କହିଛନ୍ତି ଯେ, ଯଦି ଜଣେ ମୁସଲମାନ ନିଜ ପତ୍ନୀ ଏବଂ ପିଲାମାନଙ୍କର ଯତ୍ନ ନେବାକୁ ସକ୍ଷମ ନୁହଁନ୍ତି, ତେବେ ତାଙ୍କୁ ପୁନର୍ବାର ବା ଦ୍ୱିତୀୟ ବିବାହ କରିବାକୁ ଅନୁମତି ନାହିଁ ।

Get real time updates directly on you device, subscribe now.