fbpx

Relience Jio ଦେଉଛି 600Mbpsର ସ୍ପିଡ ନେଟୱାର୍କ: ରାଜଧାନୀରେ ଦମ ଦେଖାଇଲା Jio 5G

Advertisement

ନୂଆଦିଲ୍ଲୀ: ଗତ କିଛି ଦିନରୁ ୫ଜି ସେବାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଟ୍ରାଏଲ ସମୟରେ ୟୁଜରମାନଙ୍କୁ ଏକ ବଡ ସରପ୍ରାଇଜ ଦେଇଛି ରିଲାଏନ୍ସ ଜିଓ । ହାଇ ସ୍ପିଡ ନେଟୱାର୍କର ଆଉ ଏକ ବଡ ଉଦାହରଣ ପାଲଟିଛି ଏହି ନେଟୱାର୍କ । ଏ ନେଇ ଉକଲା ଏକ ଖୁଲାସା କରିଛି । ରିଲାଏନ୍ସ ଜିଓ ୫ଜି ସ୍ପିଡ ଟ୍ରାଏଲରେ ପାଖାପାଖି ୬୦୦Mbps ସ୍ପିଡ ରେକର୍ଡ କରିଛି । ଦେଶରେ ହେଉଥିବା ୫ଜି ରୋଲ ଆଉଟର ସ୍ପିଡ ୫୦୦Mbps ହୋଇଥିବା ବେଳେ ଜିଓ ଏହି ରେକର୍ଡ ସୃଷ୍ଟି କରିଛି । ଏୟାରଟେଲ ଦେଶର ୮ଟି ସହରରେ ୫ଜି ସର୍ଭିସ ଦେଉଥିବା ବେଳେ ମାତ୍ର ୪ ଟି ସହରରେ ଉପଲବ୍ଧ ହୋଇଛି ଜିଓର ୫ଜି ସେବା ।

ଉକଲାର ‘ସ୍ପିଡ ଟେଷ୍ଟ ଇଣ୍ଟେଲିଜେନ୍ସ’ ରିପୋର୍ଟ ଅନୁସାରେ, ଜୁନ ମାସରୁ ଏବେ ପର୍ଯ୍ୟନ୍ତ ଦିଲ୍ଲୀରେ ୧୯୭.୯୮Mbps ହାରରେ ଏୟାରଟେଲ ଇଣ୍ଟରନେଟ ବ୍ୟବହାର ହେଉଛି । ତେବେ ଜିଓ ନେଟୱାର୍କରେ ୫ଜି ଡାଉନଲୋଡ ସ୍ପିଡ ୫୯୮.୫୮Mbps ହାରରେ ସେବା ଯୋଗାଉଥିବା ରେକର୍ଡ ହୋଇଛି । ଏୟାରଟେଲର ପ୍ରାୟ ୩ ଗୁଣ ଅଧିକ ସ୍ପିଡରେ ବ୍ୟବହାର କରାଯାଇ ପାରୁଛି ଜିଓର ୫ଜି ସେବା । ତେବେ କୋଲକାତାରେ ସବୁଠୁ କମ୍ ସ୍ପିଡରେ ୫ଜି ସେବା ମିଳୁଥିବା ଦେଖାଯାଇଛି । ମାତ୍ର ୩୩.୮୩Mbpsରେ ଏୟାରଟେଲ ଚାଲୁଥିବା ବେଳେ ଜିଓର ଡାଉନଲୋଡ ସ୍ପିଡ ୧୪ ଗୁଣ ୪୮୨.୦୨Mbps ରହିଛି ।

ଏକମାତ୍ର ସହର ଭାବେ ବାରଣାସୀରେ ଜିଓ ଏବଂ ଏୟାରଟେଲର ସ୍ପିଡ ନିକଟତର ରହିଛି । ଜିଓ ୪୮୫.୨୨Mbpsରେ ଡାଉନଲୋଡ ସ୍ପିଡ ଦେଉଥିବା ବେଳେ ଏୟାରଟେଲର ସ୍ପିଡ ରହିଛି ୫୧୬.୫୭Mbps । ସେହିପରି ମୁମ୍ବାଇରେ ପୁଣିଥରେ ଜିଓ ଅପେକ୍ଷା ବହୁତ ପଛରେ ରହି ଯାଇଛି ଏୟାରଟେଲ । ତେବେ କମର୍ସିଆଲ ବ୍ୟବହାର ପାଇଁ ଏହାକୁ ଖୋଲାଯିବା ପରେ ଏହାର ସ୍ପିଡ ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.