fbpx

କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ: ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ ଦେଖିବାକୁ ଯାଇଥିବା ବେଳେ ବାହୁ ଭିଡ଼ି ବାହାର କରିଦେଲେ

Advertisement

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୁର ରାଉତରାୟଙ୍କୁ ଅପମାନ। ବାହୁ ଭିଡି ବାହାର କରି ଦେଇଥିବା ଅଭିଯୋଗ କଲେ ସୁର ରାଉତରାୟ। ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ୍ ମ୍ୟାଚ୍ ଦେଖିବାକୁ ଯାଇଥିବା ବେଳେ ସୁରଙ୍କ ସହିତ ଏଭଳି ନିନ୍ଦନୀୟ ଘଟଣା ଘଟିଛି। ସରକାରୀ ପାସ୍ ଥିବା ସତ୍ୱେ ସୁରଙ୍କୁ ସୁରକ୍ଷାକର୍ମୀ ସୁରଙ୍କୁ ଷ୍ଟାଡିୟମକୁ ପୁରାଇ ଦେଇନଥିବା ସୂଚନା ମିଳିଛି। ସୁରଙ୍କୁ ଜଣେ ବିଦେଶି ସୁରକ୍ଷାକର୍ମୀ ଅପମାନିତ କରିଥିବା ସେ କହିଛନ୍ତି। ବଡ ଯାକ ଯମକରେ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଜଣେ ବିଧାୟକଙ୍କ ସହିତ ଏଭଳି ନିନ୍ଦନୀୟ ଘଟଣା ଘଟିବା ସରକାରଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି।

ଆଥଲେଟିକ ଆସୋସିଏନର ସଭାପତି ଭାବରେ ପାସ୍ ପାଇ ମ୍ୟାଚ ଦେଖିବାକୁ ସୁର ଯାଇଥିବା ବେଳେ, ପାସ୍ ଦ୍ୱାରା ଭିତରକୁ ଯାଇ ହେବନି ବୋଲି ସୁରକ୍ଷାକର୍ମୀ ରୋକଠୋକ୍ ମନା କରି ଦେଇଥିବା ସୁର କହିଛନ୍ତି। ଏପରିକି ତାଙ୍କ ବାହୁକୁ ଭିଡି ବାହାର କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏଭଳି ଅବ୍ୟବସ୍ଥା ପାଇଁ ବିଧାୟକ ସୁର ରାଉତରାୟ ସରକାରଙ୍କୁ ଦୟୀ କରିଛନ୍ତି। ଏହି ଦୁଭାଗ୍ୟଜନକ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମ୍ୟାନେଜମେଣ୍ଟ ଦାୟୀ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ ଯେତେବେଳେ ସୁର ରାଉତରାୟ ୩ନଂ ଗେଟ୍ ପାଖରେ ପହଞ୍ଚି ଭିତରକୁ ଯିବାକୁ ଚେଷ୍ଟା କରିଥିଲେ ସେଠାରେ ଥିବା ସୁରକ୍ଷାକର୍ମୀ ଏବଂ ପୋଲିସ ତାଙ୍କୁ ୮ନଂ ଗେଟ୍ ରେ ଭିଭିଆଇପି ମାନଙ୍କୁ ଯିବାର ବ୍ୟବସ୍ଥା ହୋଇଥିବା କହିଥିଲେ। ୩ନଂ ଗେଟ୍ ରେ କେବଳ ସାଧାରଣ ଦର୍ଶକଙ୍କୁ ଛାଡ଼ାଯାଉଛି। ତେବେ ଯେଉଁ ସମୟରେ ସୁର ରାଉତରାୟ ୮ନଂ ଗେଟ୍ ରେ ପ୍ରବେଶ କରିଥିଲେ ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କ ପାସ୍ ଦେଖି ଭିତରକୁ ଛାଡି ନଥିଲେ। ଏହା ସହିତ ତାଙ୍କ ସହ ଦୁବ୍ୟବହାର କରିଥିବା ସେ କହିଛନ୍ତି। ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ସୁରକ୍ଷାକର୍ମୀ ଜଣକ ସରକାରୀ ଅଫିସର ନୁହନ୍ତି କିମ୍ବା ସ୍ଥାନୀୟ ପୋଲିସ ନୁହନ୍ତି।

ଏହି ଘଟଣା ପରେ ସୁର ରାଉତରାୟ ବାହାରକୁ ଆସି ଯାଇଥିଲେ। ତେବେ ସେଠାରେ ଥିବା ପୋଲିସ ତାଙ୍କୁ ପୁଣି ଥରେ ନିବେଦନ କରିଥିଲେ କି ସେ ଭିତରକୁ ଆସି ମ୍ୟାଚ୍ ଉପଭୋଗ କରନ୍ତୁ। କିନ୍ତୁ ଜଣେ ବିଦେଶୀ ତାଙ୍କ ସହିତ ଏପରି ବ୍ୟବହାର କରିବା ପରେ ସେ ଭିତରକୁ ଯିବାକୁ ଉଚିତ୍ ମଣି ନଥିଲ। ତେବେ ତାଙ୍କ ରାଜ୍ୟରେ ଏତେ ବଡ଼ କର୍ଯ୍ୟକ୍ରମ ହେଉଥିବା ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ନଉପୁଜୁ ସେଥିପାଇଁ ସେ କୋଣସି ପ୍ରକାର ପ୍ରତିକ୍ରିୟା ନକରି ସେଠାରୁ ଚାଲିଆସିଥିବା କହିଛନ୍ତି।

Get real time updates directly on you device, subscribe now.