fbpx

ବାସ୍ତୁ ନିୟମ ଅନୁସାରେ ଲଗାନ୍ତୁ ଦର୍ପଣ: ବଦଳିଯିବ ଭାଗ୍ୟ

Advertisement

ଦର୍ପଣ ଆମକୁ ଆମ ବ୍ୟକ୍ତିତ୍ୱର ଝଲକ ଦେଖାଇଥାଏ । ଘରର କେଉଁ ଦିଗରେ, କେଉଁ ଆକୃତିର ଦର୍ପଣ ଲଗାଯାଇଛି, ଏହାର ପ୍ରଭାବ ଆମ ଜୀବନରେ ମଧ୍ୟ ପଡ଼ିଥାଏ । ଏଥିପାଇଁ ବାସ୍ତୁରେ ଏହାର ସଠିକ୍ ବ୍ୟବହାର କରିବାକୁ ଗୁରୁତ୍ୱ ଦିଆଯାଇଛି । କାହିଁକି ନା ସଠିକ୍ ଦିଗରେ ଦର୍ପଣ ଲଗାଇ ବାସ୍ତୁର ନିବାରଣ କରାଯାଇପାରିବ । ଏହା ସହ ଭୁଲ ଦିଗରେ ଦର୍ପଣ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତିର ସ୍ତର ବଢ଼ିଯାଇଥାଏ, ଯାହା ଧନଜୀବନ ଉପରେ ପ୍ରଭାବ ପକାଇଥାଏ ।

ସକାରାତ୍ମକ ଶକ୍ତିର ପ୍ରବେଶ :-
ବାସ୍ତୁ ବିଜ୍ଞାନ ଅନୁଯାୟୀ, ସକରାତ୍ମକ ଶକ୍ତିର ପ୍ରବାହ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ଆଡକୁ ରଖିଥାଏ । ତେଣୁ ଦର୍ପଣକୁ ସର୍ବଦା ପୂର୍ବ ଏବଂ ଉତ୍ତର କାନ୍ଥରେ ଲଗାଇବା ଉଚିତ୍, ଯେପରି ଦର୍ଶକଙ୍କ ଚେହେରା ପୂର୍ବ କିମ୍ବା ଉତ୍ତରରେ ରହିବ । ଏହି ଦିଗରେ ଏକ ଦର୍ପଣ ଲଗାଇବା ଦ୍ୱାରା ଜୀବନରେ ଉନ୍ନତି ଏବଂ ଧନ ଲାଭ ବଢ଼ିଯାଏ । ପଶ୍ଚିମ କିମ୍ବା ଦକ୍ଷିଣ ଦିଗର କାନ୍ଥରେ ଦର୍ପଣ ଲଗାଇବା ଦ୍ୱାରା ଏହା ପୂର୍ବ ଏବଂ ଉତ୍ତରରୁ ଆସୁଥିବା ସକାରାତ୍ମକ ଶକ୍ତିକୁ ପ୍ରତିଫଳିତ କରିଥାଏ ।

ଶୋଇବା ଘରେ ଲଗାନ୍ତୁୁ ନାହିଁ :-
ଶୋଇବା ଘରେ ଦର୍ପଣ ଲଗାନ୍ତୁ ନାହିଁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ବିଶ୍ୱାସର ଅଭାବ ଦେଖାଦିଏ । ଏହା ସହିତ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୁଏ । ସ୍ୱାମୀ-ସ୍ତ୍ରୀଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଉଭୟ ସ୍ୱାମୀ-ସ୍ତ୍ରୀ ଦିନସାରା ଥକ୍କା ଅନୁଭବ କରନ୍ତି ଓ ଅଳସୁଆପଣ ଆସିଥାଏ । ଯଦି ଡ୍ରେସିଂ ଟେବୁଲରେ ଲଗାଉଛନ୍ତି, ତେବେ ଏପରି ଭାବରେ ରଖନ୍ତୁ ଯେପରି ସେଥିରେ ଶୋଇବା ବ୍ୟକ୍ତିଙ୍କ ପ୍ରତିଫଳନ ଦୃଶ୍ୟମାନ ନହୁଏ । ଏହା ସହ ଶୋଇବା ପୂର୍ବରୁ ତାହାକୁ ଢ଼ାଙ୍କିଦିଅନ୍ତୁ । ଏହା ମଧ୍ୟ ଯେଉଁଠାରେ ଦର୍ପଣ ଲଗାଯାଇଛି , ସେଥିରେ ନକାରାତ୍ମକ ପ୍ରଭାବ ବଢ଼ାଉଥିବା ବସ୍ତୁର ଚିତ୍ର ଦୃଶ୍ୟମାନ ହେବା ଉଚିତ ନୁହେଁ ।

ସାବଧାନରେ ବାଥରୁମରେ ଲଗାନ୍ତୁ:-
ଲୋକମାନେ ମୁହଁ ଧୋଇବା ପରେ କିମ୍ବା ଗାଧୋଇବା ପରେ ନିଜକୁ ଦେଖିବା ପାଇଁ ବାଥରୁମରେ ଦର୍ପଣ ରଖନ୍ତି । ବାସ୍ତୁ ବିଜ୍ଞାନ ଅନୁଯାୟୀ, ବାଥରୁମରେ ଦର୍ପଣ ସିଧାସଳଖ କବାଟ ଆଗରେ ଲଗାେଇବା ଉଚିତ୍ ନୁହେଁ । ଦର୍ପଣର କାର୍ଯ୍ୟ ହେଉଛି ପ୍ରତିଫଳିତ କରିବା । ଯେତେବେଳେ ଆମେ ବାଥରୁମକୁ ପ୍ରବେଶ କରୁ, ଉଭୟ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ଆମ ସହିତ ବାଥରୁମକୁ ପ୍ରବେଶ କରେ । ଯେତେବେଳେ ଆମେ ନିଦରୁ ଜାଗ୍ରତ ହୁଏ, ସେବେ ନକାରାତ୍ମକ ଶକ୍ତିର ପରିମାଣ ଅଧିକ ଥାଏ । କବାଟ ଆଗରେ ଦର୍ପଣ ଥିବାରୁ ଯେଉଁ ଶକ୍ତି ଆମ ସହିତ ବାଥରୁମକୁ ପ୍ରବେଶ କରେ, ତାହା ପୁଣି ଘରକୁ ଫେରିଯାଏ । ନକାରାତ୍ମକ ପ୍ରଭାବକୁ ଦୂରେଇବା ପାଇଁ ଦର୍ପଣକୁ ବାଥରୁମରେ ଏପରି ଲଗାଇବା ଉଚିତ୍, ଯେପରି ଏହାର ପ୍ରତିଫଳନ ବାଥରୁମରୁ ବାହାରକୁ ନଆସିପାରେ ।

Get real time updates directly on you device, subscribe now.