fbpx
BJD SKY
BJD SKY

ମୋବାଇଲରେ ଗେମ୍ ଖେଳୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ ଆପଣଙ୍କ ଜୀବନ…

BJD

ନୂଆଦିଲ୍ଲୀ: ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ମୋବାଇଲରେ ଅଭ୍ୟସ୍ତ ଅଛନ୍ତି । ଏହି ମୋବାଇଲ ନିଶା ଲୋକମାନଙ୍କ ମଧ୍ୟରେ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ , ଲୋକେ ଏହାକୁ କିଛି କ୍ଷଣ ପାଇଁ ମଧ୍ୟ ନିଜଠାରୁ ଦୂରେଇ ରଖିବାକୁ ଚାହୁଁ ନାହାନ୍ତି । ତେବେ ଏହି ମୋବାଇଲ କେବଳ କଲ ପାଇଁ ନୁହେଁ ବରଂ ଅନେକ କାର୍ଯ୍ୟ ପାଇଁ ବ୍ୟବହାର କର।ଯାଏ । ଖାସ୍ କରି ମହାମରୀ କରୋନା ସମୟରୁ ଏହି ମୋମାଇଲର ଚାହିଦା ବହୁ ମାତ୍ରାରେ ବୃଦ୍ଧି ପାଇବାର ଲାଗିଛି ।

ତେବେ ଏହି ମୋବାଇଲ ମାଧ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟ ଅତି ସହଜରେ ହୋଇାରୁଥିବା ବେଳେ,ବହୁଳ ମାତ୍ରାରେ ଏହାର ଅବ୍ୟବହାର ମଧ୍ୟ କରାଯାଉଛି । ଖାସ୍ କରି ଆଜିକାଲିର ଯୁବିଢି ଏହି ମୋବାଇଲରେ ବିଭିନ୍ନ ପ୍ରକାର ଗେମ୍ ଖେଳିଥାନ୍ତି । ଯାହାକି ପରବର୍ତ୍ତି ସମୟରେ ସେମାନଙ୍କ ପାଇଁ ଏକ ନିଶା ପାଲଟି ଯାଏ । ତେବେ ଏହି ଗେମ୍ ର ନିଶା କେବଳ ଯୁବିଢି ନୁହନ୍ତି ବରଂ ବୟସ୍କମାନଙ୍କ ଠାରେ ମଧ୍ୟ ଦେଖାଯାଏ । ତେବେ ଏହି ଗେମ୍ ଖେଳିବାକୁ ନେଇ ହୋଇଥିବା ଅନେକ ରିସର୍ଚ୍ଚରୁ ଏହା ଜଣାଡିଛି ଯେ ମୋବାଇଲରେ ଗେମ୍ ଖେଳାବାର ନିଶା ବହୁତ ବିଜ୍ଜନକ ହୋଇଥାଏ । ଯାହା ପିଲାମାନଙ୍କ ଉରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଭିଡିଓ ଗେମ୍ ନିଶାକୁ ଗମ୍ଭୀରତାର ସହ ନେଇ ଏହାକୁ ଏକ ରୋଗ ଭାବରେ ବିବେଚନା କରାଯାଇପାରେ ବୋଲି ଥରେ ଆଲୋଚନା ମଧ୍ୟ ହୋଇଥିଲା। ଅନେକ ଗବେଷଣାରୁ ଏହା ପ୍ରକାଶ ପାଇଛି ଯେ ଭିଡିଓ ଗେମର ନିଶା ଯୋଗୁଁ ଶିଶୁ ଏବଂ ଯୁବକମାନେ ମାନସିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଏବଂ ପରବର୍ତ୍ତି ସମୟରେ ଏହା ତାଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ସେହିପରି ଏମଆରଆଇ ସ୍କାନରେ ଏହା ଜଣାପଡିଛି ଯେ ଭିଡିଓ ଗେମର ନିଶା ହେତୁ ଯୁବକମାନେ ଚାପ ଏବଂ ଅବସାଦରେ ରୁହନ୍ତି। WHO ର କହିବା ଅନୁଯାୟୀ, ଭିଡିଓ ଗେମ୍ ନିଶା ପରିବାର, ସାମାଜିକ, ଶିକ୍ଷାଗତ ଏବଂ ବ୍ୟକ୍ତିଗତ ଜୀବନକୁ ନଷ୍ଟ କରିଦିଏ । ଏଥିସହିତ ଏହି ଗେମ୍ ପିଲାମାନଙ୍କ ପ୍ରକୃତିକୁ ଅପରାଧୀ ଏବଂ କ୍ରୋଧିତ କରିଛି । ଯାହାର ଅନେକ ଉଦାହରଣ ରହିଛି । ଏହି ଗେମ୍ ପାଇଁ ଅନେକ ପରିବାର ଏବଂ ଅନେକ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଥିବା ନଜିର ରହିଛି । ତେବେ ଏହି ଭିଡିଓ ଗେମ୍ ପାଇଁ ୨୦୧୯ ରେ, କର୍ଣ୍ଣାଟକର ଜଣେ ୨୧ ବର୍ଷ ବୟସ୍କ ଯୁବକ ତାଙ୍କ ପିତାଙ୍କୁ ହତ୍ୟା କରିଥିବା ବେଳେ, ଜୁଲାଇ ୨୦୨୧ ରେ, ଜଣେ ନିଶାସକ୍ତ ଯୁବକ ଏହି ମୋବାଇଲ୍ ଖେଳକୁ ନେଇ ତାଙ୍କ ଭାଇଙ୍କୁ ହତ୍ୟା କରିଥିଲେ। ସେହିପରି ଏହି ମୋବାଇଲ ଗେମ୍ କୁ ନଇ ପିଲାମାନେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.