fbpx

ଆଜିଠୁ ଆରମ୍ଭ ମହିଳା ଫିଫା ବିଶ୍ୱକପ: ଭୁବନେଶ୍ୱରରେ ହେବ ଆମେରିକା-ଭାରତ ମଧ୍ୟରେ ଯୁଦ୍ଧ

ଭୁବନେଶ୍ୱର: ପୁଣିଥରେ କମ୍ପି ଉଠିଛି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ମାତ୍ର କିଛି ସମୟ ପରେ ଆରମ୍ଭ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ । ଏଥିପାଇଁ ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଏବେ ପ୍ରସ୍ତୁତ ହୋଇ ସାରିଛି । ଉଦଘାଟନୀ ମ୍ୟାଚରେ ମରକ୍କୋ ଓ ବ୍ରାଜିଲ ମୁହାଁମୁହିଁ ହୋଇଥିବା ବେଳେ ସନ୍ଧ୍ୟାରେ ଆମେରିକା ଏବଂ ଭାରତ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବ । ଏହି ମ୍ୟାଚକୁ ଅନେକ ଲୋକ ଚାହିଁ ରହିଛନ୍ତି । ଖେଳାଳିମାନେ ମଧ୍ୟ ଏହି ମହାମୁକାବିଲା ପାଇଁ ଅଭ୍ୟାସ ପରେ ପ୍ରସ୍ତୁତି ଶେଷ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୟଷ୍ଟାଡିୟମକୁ ସମ୍ବଲପୁରୀ ଡିଜାଇନରେ ସଜାଇ ଦିଆଯାଇଛି । ଏକ ନୂଆ ରୂପରେ ଏଠାରେ ଆୟୋଜିତ ହେବ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ ମହାଯୁଦ୍ଧ । ସାଢେ ୪ଟାରେ ବ୍ରାଜିଲ ଏବଂ ମରକ୍କୋ ମଧ୍ୟରେ ମ୍ୟାଚ ଆୟୋଜନ ହୋଇଥିଲା । ଏହାପରେ ରାତି ୮ଟାରେ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଆମେରିକା । ଏଥିପାଇଁ ଖେଳାଳିମାନେ ନିଜ ଅଭ୍ୟାସ ସାରି ମ୍ୟାଚ ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଭାଗ ନେଇଛି ଟିମ ଇଣ୍ଡିଆ ।

ଭୁବନେଶ୍ୱର, ଗୋଆ ଏବଂ ନଭି ମୁମ୍ବାଇ ଭଳି ୩ଟି ଭେନ୍ୟୁରେ ଖେଳାଯିବ ଟୁର୍ଣ୍ଣମେଣ୍ଟର ସମସ୍ତ ମ୍ୟାଚ୍ । ଆଜିଠୁ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଆସନ୍ତା ୩୦ରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ । ବିଶ୍ୱକପ୍‌ରେ ଆୟୋଜକ ଭାରତ ସମେତ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଭାରତ ସମେତ ମରକ୍କୋ, ବ୍ରାଜିଲ୍, ଆମେରିକା, ନାଇଜେରିଆ ଓ ଚିଲ୍ଲି ଟିମ୍‌ର କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍ ରହିଛି । ଏନେଇ ସମସ୍ତ ଦଳ କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।

Get real time updates directly on you device, subscribe now.