fbpx
BJD
BJD SKY
BJD SKY

ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଦିଲ୍ଲୀ ଆପୋଲୋ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଈଶା ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗୀ ବାସୁଦେବଙ୍କୁ ନେଇ ଆସିଛି ଏକ ବଡ଼ ଖବର । ସଦଗୁରୁ ଦିଲ୍ଲୀ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୪ ସପ୍ତାହ ପୂର୍ବରୁ ସେ ଗମ୍ଭୀର ମୁଣ୍ଡବ୍ୟଥାରେ ପୀଡ଼ିତ ହୋଇଥିଲେ । ଭୟଙ୍କର ଯନ୍ତ୍ରଣା ହେଉଥିଲେ ବି ସେ ନିଜର ଦୈନିକ କାର୍ଯ୍ୟକ୍ରମ ଓ ସାମାଜିକ କାର୍ଯ୍ୟ ଜାରି ରଖିଥିଲେ । ଏଥିସହିତ ଗତ ୮ ତାରିଖରେ ସେ ମହାଶିବରାତ୍ରି ସମାରୋହର ଆୟୋଜନ କରିଥିଲେ ।

ତେବେ ସଦଗୁରୁ ଦିଲ୍ଲୀର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କର ଜରୁରୀକାଳୀନ ବ୍ରେନ ସର୍ଜରୀ କରାଯାଇଛି । ସର୍ଜରୀ ପରେ ସଦଗୁରୁ ଏକ ଭିଡିଓ ମେସେଜ ଜାରି କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି । ଗତ ୧୫ ତାରିଖରେ ତାଙ୍କର ଅବସ୍ଥା ବିଗିଡ଼ିବାରୁ ସେ ଦ୍ୱିପ୍ରହର ୩.୪୫ ସମୟରେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତାଙ୍କ ସହ ଟେଲିଫୋନରେ ପରାମର୍ଶ କରିଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ଏମଆରଆଇ କରିବାକୁ ପରାମର୍ଶ ଦେଇଥିଲେ । ସେହିଦିନ ଅପରାହ୍ଣ ୪.୩୦ରେ ଆପୋଲ ହସ୍ପିଟାଲରେ ତାଙ୍କର ବ୍ରେନର ଏମଆରଆଇ କରାଯାଇଥିଲା ଓ ବ୍ରେନରେ ବଡ଼ଧରଣର ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା । ଏହାପରେ ୧୭ ତାରିଖ ଦିନ ତାଙ୍କର ଜରୁରୀକାଳୀନ ବ୍ରେନ ସର୍ଜରୀ କରାଯାଇଥିଲା ଓ ସର୍ଜରୀ ପରେ ସଦଗୁରୁଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଥିଲା ।

Get real time updates directly on you device, subscribe now.