fbpx

ଅଟଳ ସେତୁରୁ ଡେଇଁ ଜୀବନ ହାରିଲେ ମହିଳା ଡାକ୍ତର, ସୁଇସାଇଡ୍ ନୋଟ୍‌ରେ ଲେଖିଲେ ଏପରି କାରଣ

ଥାନେ:ମହାରାଷ୍ଟ୍ର ଥାନେ ଜିଲ୍ଲାର ଜଣେ ମହିଳା ଡାକ୍ତର ଦକ୍ଷିଣ ମୁମ୍ବାଇକୁ ନାଭି ମୁମ୍ବାଇ ସହ ଯୋଡୁଥିବା ସବୁଠାରୁ ଦୀର୍ଘ ସମୁଦ୍ର ସେତୁ ଅଟଳ ସେତୁରୁ ଡେଇଁ ଜୀବନ ହାରିଛନ୍ତି । ଏହି ଘଟଣା ଗତ ସୋମବାର ଘଟିଛି । ଥାନେ ଜିଲ୍ଲା ଭିମ୍ବଡିରେ ରହୁଥିବା ୩୮ ବର୍ଷୀୟ ମହିଳା ଡାକ୍ତର ୧୮ ମାର୍ଚ୍ଚ ଦ୍ୱିପ୍ରହର ସମୟରେ ଏକ କାର୍‌ରେ ଯାତ୍ରା କରୁଥିଲେ । ଯେତେବେଳେ କାର୍ ଅଟଳ ସେତୁ ନିକଟରେ ପହଞ୍ଚିଥିଲା ସେତେବେଳେ ସେ ଡ୍ରାଇଭରକୁ ଅଟକିବା ପାଇଁ କହିଥିଲେ । ଏହାପରେ ସେ ଗାଡିରୁ ଓହ୍ଲାଇ ସେତୁରୁ ସମୁୁଦ୍ର ମଧ୍ୟକୁ ଡେଇଁଥିଲେ ।

ତେବେ ମହିଳା ଡାକ୍ତର ସମୁଦ୍ରକୁ ଡେଇଁବା ପରେ ଗାଡି ଡ୍ରାଇଭର ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ସନ୍ଧାନ କରିବାରେ ଲାଗି ପଡିଥିଲେ ବି ଏ ପର୍ଯ୍ୟନ୍ତ ସଫଳତା ମିଳିନାହିଁ । କିନ୍ତୁ ଗାଡିରେ ଥିବା ମହିଳାଙ୍କ ପର୍ସରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସେ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି , ତାଙ୍କ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି । ଗତ ୮ ବର୍ଷ ହେବ ସେ ବହୁତ ଉଦାସ ରହି ଆସୁଥିଲେ । ଡିପ୍ରେସନ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.