fbpx

ପ୍ରଯୋଜକ ଟୁଟୁ ନାୟକ ଜାମିନ ଆବେଦନ ମାମଲା: ଘୁଞ୍ଚିଲା ଶୁଣାଣି

Advertisement

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାକୁ ନେଇ ଟୁଟୁ ନାୟକ ଗିରଫ ହୋଇଛନ୍ତି । ଏନେଇ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଅବେଦନ ଘୁଞ୍ଚିଛି । ଏହି ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଛି । ଅପଡେଟ୍ କେସ୍ ଡାଏରୀ ଓ ଟୁଟୁଙ୍କ ପୁରୁଣା ରେକର୍ଡକୁ ମଗାଯାଇଛି ।

ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ୪ ନଭେମ୍ବରରେ ଗିରଫ କରାଯାଇଛି । ଓଡ଼ିଆ ସିନେ ଜଗତର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକଙ୍କୁ ଏହି ସଙ୍ଗୀନ ଅଭିଯୋଗରେ ଗିରଫ କରିଛି ପୋଲିସ । ଫିଲ୍ମ ହଲରେ ପ୍ରିମିୟର ସମୟରେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାପରେ ଟୁଟୁ ନାୟକ ଥାନାରେ ହାଜତ ହୋଇଥିବା ବେଳେ ତାଙ୍କୁ ଖାରବେଳ ଥାନା ପୋଲିସ ଗିରଫ କରିଛି । ଥାନାରେ ପହଞ୍ଚିବା ପରେ ପୋଲିସ ଟୁଟୁ ନାୟକଙ୍କୁ ପଚରାଉଚରା କରିଥିଲା ।

 

Get real time updates directly on you device, subscribe now.