fbpx

ଦୁବାଇ ବର୍ଷାରେ ଫସିଥିବା ଦୁଇ ଭାରତୀୟ କୁସ୍ତିଯୋଦ୍ଧାଙ୍କ ବିଷୟରେ ଏହି ସୂଚନା ଦେଲେ ସ୍ପୋର୍ଟ୍ସ ଅଥରିଟି 

ନୂଆଦିଲ୍ଲୀ: ଦୁଇ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ଓ ସୁଜିତ କଲ୍କଲ କିର୍ଗିଜସ୍ତାନ ଯାଉଥିଲେ କିନ୍ତୁ ୟୁଏଇରେ ବର୍ଷା ଯୋଗୁଁ ସେମାନେ ଏବେ ଦୁବାଇ ବିମାନ ବନ୍ଦରରେ ଫସି ରହିଛନ୍ତି। ଏହା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଆଶାରେ ସଙ୍କଟର ବାଦଲ ସୃଷ୍ଟି ହୋଇଛି।

ଦୀପକ (୮୬ କେଜି) ଓ ସୁଜିତ (୬୫ କେଜି) ଏସିଆ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ଭାଗ ନେବା ପାଇଁ ବିଶ୍କେକ୍ ଯାଉଥିଲେ। ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଏହା ହେଉଛି ଦ୍ୱିତୀୟ ଶେଷ ଯୋଗ୍ୟତା ପ୍ରତିଯୋଗିତା।

ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏକ୍ସରେ ଲେଖିଛି, ‘ଦୁବାଇସ୍ଥିତ ଦୂତାବାସର ଅଧିକାରୀମାନେ ଦୁବାଇରେ ଫସି ରହିଥିବା କୁସ୍ତିଯୋଦ୍ଧା ଦୀପକ ପୁନିଆ ଏବଂ ସୁଜିତ କଲ୍କଲଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏସୀୟ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତା ପୂର୍ବରୁ ଆଜି ରାତିରେ ଦୁବାଇରୁ ବିଶ୍କେକ୍ ଅଭିମୁଖେ ବିମାନରେ ସେମାନଙ୍କୁ ନିଆଯିବ।

Get real time updates directly on you device, subscribe now.