fbpx

(Video): ଆସୁଛନ୍ତି ଲେଡି ବୁମରା, ମନେ ରଖି ଥାଆନ୍ତୁ ଏହି ଚେହେରା, ଆଗକୁ ବନିପାରନ୍ତି ଭାରତୀୟ ଦଳର ଲେଡି….

ଓଡିଶା ଭାସ୍କର: ଭାରତରେ କ୍ରିକେଟ ହେଉଛି ଏକ ଧର୍ମ । ଛୋଟବେଳେ କ୍ରିକେଟ ଖେଳୁଥିବା ପ୍ରତ୍ୟେକ ଖେଳାଳିଙ୍କ ଗୋଟିଏ ସ୍ୱପ୍ନଥାଏ, ସେମାନେ ଭାରତୀୟ ଦଳରେ ସାମିଲ ହୋଇ ବିଶ୍ୱକପ ଖେଳିବା । କିଏ ରନ ମେସିନ କୋହଲିଙ୍କ ଭଳି କ୍ରିକେଟର ହେବାକୁ ଚାହାନ୍ତି ତ ପୁଣି କିଏ ଜାହିରଖାନଙ୍କ ଭଳି ବୋଲର । ତାହାସହ ଅନେକ ଖେଳାଳି ଟିମ ଇଣ୍ଡିଆର ବ୍ରହ୍ମାସ୍ତ୍ର କୁହାଯାଉଥିବା ବୁମ ବୁମ ବୁମରାଙ୍କ ଭଳି ବିଶ୍ୱ କ୍ରିକେଟରେ ଛାପ ଛାଡିବାକୁ ଚାହାନ୍ତି । ତାଙ୍କୁ ନିଜେ କ୍ରିକେଟର କିଙ୍ଗ ମଧ୍ୟ କହିଥିଲେ ଯେ, ବୁମରା ହେଉଛନ୍ତି ବିଶ୍ୱର ଅଷ୍ଟମ ଆଶ୍ଚର୍ଯ୍ୟ ।

ବିଶ୍ୱ କ୍ରିକେଟରେ ଅନେକ ଯୁବ ଖେଳାଳି ବୁମରାଙ୍କୁ ରୋଲ ମଡେଲ ବା ଆଦର୍ଶ ମାନନ୍ତି । ଏହିକ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଏବେ ଚର୍ଚ୍ଚା ସାଉଁଟୁଛି । ଏହି ଭିଡିଓରେ ଜଣେ ମହିଳା ଖେଳାଳି ଅବିକଳ ବୁମରାଙ୍କ ଭଳି ବୋଲିଂ କରୁଛନ୍ତି । ଫଳରେ ସାଧାରଣ ଲୋକେ ତଥା ଖେଳପ୍ରେମୀ ତାଙ୍କୁ ‘ଲେଡି ବୁମରା’ ଆଖ୍ୟା ଦେଉଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଫ୍ୟାନ୍ସ ବହୁତ ଖୁସି ଥିବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି । ତାହାସହ ଭବିଷ୍ୟତରେ ଏହି ଝିଅ ଜଣକ ଭାରତୀୟ ଦଳର ପ୍ରତିନିଧିତ୍ୱ ମଧ୍ୟ କରିବ ବୋଲି ଆଶା ରଖିଛନ୍ତି । ସ୍କୁଲ ଡ୍ରେସ ପିନ୍ଧିଥିବା ଏହି ଝିଅ ଜଣକ ବୁମରାଙ୍କ ଜଣେ ବଡ ପ୍ରଶଂସକ ଓ ତାଙ୍କ ଷ୍ଟାଇଲରେ ବୋଲିଂ କରିବାକୁ ପସନ୍ଦ କରନ୍ତି । ବୁମରାଙ୍କ ଭଳି ରନଅଫ ସହ ସେ ତାଙ୍କ ଭଳି ଦ୍ରୁତଗତିରେ ବୋଲିଂ କରୁଥିବା ନଜର ଆସୁଛନ୍ତି । ବ୍ୟାଟର ମଧ୍ୟ ତାଙ୍କ ବୋଲିଂରେ ଘାଇଲା ହେଉଛି ।

Get real time updates directly on you device, subscribe now.