ବିଶ୍ୱସ୍ତରୀୟ ହେବ କ୍ରୀଡ଼ା ଭିତ୍ତିଭୂମି, ଭୁବନେଶ୍ୱରରେ ନିର୍ମାଣ ହେବ ନୂତନ ଷ୍ଟାଡିୟମ

ଭୁବନେଶ୍ୱର: ଆଜି ବିଧାନସଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ବଜେଟରେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରି କ୍ରୀଡ଼ା ନୀତି ଆରମ୍ଭ କରିବେ । କ୍ରୀଡ଼ା ଓ ଯୁବ ସେବା ପାଁଇ ବଜେଟ୍ ଅଧିନରେ ୧୩୧୫ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦିଆଯାଇଛି ।

ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ କରିବେ ରାଜ୍ୟ ସରକାର । ଏଥିପାଇଁ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଓ ମିନି ଷ୍ଟାଡିୟମକୁ ସକ୍ରିୟ କରାଯିବ । ଏହା ସହ ରାଜ୍ୟର ୪ଟି ଜୋନରେ ଅତ୍ୟାଧୁନିକ ଏକାଡେମୀ ପ୍ରତିଷ୍ଠା, ପ୍ରତ୍ୟେକ ଜିଲ୍ଲାର ଲୋକପ୍ରିୟ କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା, ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମୀ ସହ ଏକ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ୯୫୨ କୋଟିର ବ୍ୟୟବରାଦ କରାଯାଇଛି । ଯୁବ ବର୍ଗର ସମନ୍ୱିତ ବିକାଶ ପାଇଁ ଏକ ନୂତନ ଯୋଜନା ଯୁବ ଶକ୍ତି ଅଧିନରେ ୧ ଶହ କୋଟି ଟଙ୍କା ବରାଦ କରାଯାଇଛି । ସମଗ୍ର ରାଜ୍ୟରେ ବ୍ୟାପକ ପ୍ରତିଭା ଚିହ୍ନଟ ଓ ଯୁବ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଖେଳ ରତ୍ନ ଯୋଜନା ଅଭିଯାନ କାର୍ଯ୍ୟକାରୀ କରାଯିବ ।

Get real time updates directly on you device, subscribe now.