fbpx

(video): ଗୁଜବ ଥିଲା ମନୁ-ନୀରଜଙ୍କ ବାହାଘର, ମନୁ ଭାକରଙ୍କ ପିତାଙ୍କ ବଡ ବୟାନ,ଏମିତି କହିଲେ ମନୁଙ୍କ ପିତା….

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଦୁଇ ସୁପରଷ୍ଟାର ମନୁ ଭାକର ଓ ନୀରଜ ଚୋପ୍ରା କମାଲ କରିଛନ୍ତି । ମନୁ ୨ ଟି କାଂସ୍ୟ ଜିତି ଇତିହାସ ରଚିଥିବାବେଳେ ସୁନାପୁଅ ନୀରଜ ରୌପ୍ୟ ଜିତି ଫେରିଛନ୍ତି । ଟୋକିଓ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଓ ମନୁଙ୍କ ପ୍ରଦର୍ଶନ ଯେତେ ଚର୍ଚ୍ଚା ସାଉଁଟି ନଥିଲା । ତାଙ୍କୁ ନେଇ ଏକ ଭିଡିଓ ତାହାଠୁ ଅଧିକ ଚର୍ଚ୍ଚା ସାଉଁଟୁଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଫ୍ୟାନ୍ସ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଭାଇରାଲ ହୋଇଥିବା ଭିଡିଓଟି ପ୍ୟାରିସ ଅଲିମ୍ପିକ୍ସର ଗେମ ଭିଲେଜର ହୋଇଥିବା କୁହାଯାଉଛି । ଗୋଟିଏ ଭିଡିଓରେ ନୀରଜ ଓ ମନୁ ବାର୍ତ୍ତାଳାପ କରୁଛନ୍ତି ଓ ଅନ୍ୟଟିରେ ମନୁଙ୍କ ମା’ସୁମେଧା ଭାକର ନୀରଜଙ୍କୁ ମୁଣ୍ଡରେ ହାତ ରଖାଇ କିଛି କହୁଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଥିଲା ନୀରଜ-ମନୁ ବାହା ହେବାକୁ ଯାଉଛନ୍ତି । ଏହାକୁ ନେଇ ଫ୍ୟାନ୍ସ ପାଗଳ ଭଳି ଖୁସି ହୋଇଥିଲେ । ମାତ୍ର ଏହା ଏକ ଗୁଜବ ମାତ୍ର ଥିଲା । ଅଗ୍ନି ପରି ବ୍ୟାପିଥିବା ଏହି ଗୁଜବ ଉପରୁ ଏବେ ପରଦା ହଟାଇଛନ୍ତି ମନୁଙ୍କ ବାପା ।

‘ମନୁ ଏବେ ବହୁତ ଛୋଟ ଅଛି । ତାହାର ବିବାହର ବୟସ ମଧ୍ୟ ହୋଇନି । ଏବେ ଏହା ବାବଦରେ ତ ମୁଁ ଭାବି ବି ନାହିଁ । ମନୁଙ୍କ ମା’ ନୀରଜଙ୍କୁ ନିଜ ସନ୍ତାନ ଭଳି ଭାବନ୍ତି ।’- ରାମ କିଷନ, ମନୁଙ୍କ ବାପା

କହିରଖୁ, ମନୁ ଭାକରଙ୍କ ନାମ ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିଥିବା ପ୍ରଥମ ଭାରତୀୟ ଆଥଲେଟ ଅଟନ୍ତି । ସେପଟେ ନୀରଜ ଖେଳର ଏହି ମହାକୁମ୍ଭରେ ଲଗାତାର ଭାବରେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତି ପ୍ରଥମ ଭାରତୀୟ ହୋଇଛନ୍ତି ।

 

Get real time updates directly on you device, subscribe now.