fbpx
BJD
BJD SKY
BJD SKY

‘କ୍ରୀଡା ମନ୍ତ୍ରୀ ୧୨ ମିନିଟ୍ ପର୍ଯ୍ୟନ୍ତ ମଧ୍ୟ କଥା ହୋଇନଥିଲେ, ଆମେ ବୈଠକରେ ଭୟଭୀତ କରାଯାଇଥିଲା’: କୁସ୍ତିଯୋଦ୍ଧା

BJD

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରଜଭୁଷଣ ଶରଣ ସିଂହଙ୍କ ବିରୋଧରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ଏବେ ସ୍ୱର ଉତ୍ତୋଳନ କରିଛନ୍ତି । ଗୁରୁବାର ଦିନ କୁସ୍ତିଯୋଦ୍ଧାମାନେ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ପି.ଟି ଉଷା ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନକୁ ଖୋଲାଖୋଲି ବିରୋଧ କରିଥିଲେ ଏବଂ ତିନିମାସ ପୂର୍ବେ ବନ୍ଦ କୋଠରୀରେ ହୋଇଥିବା ସର୍ତ୍ତକୁ ନେଇ ଚେତାବନୀ ଦେଇଛନ୍ତି ।

କୁସ୍ତିଯୋଦ୍ଧାମାନେ ଏହା ମଧ୍ୟ କହିଛନ୍ତି ଯେ ବୈଠକ ସମୟରେ ସେମାନଙ୍କୁ ଅନେକ ଥର ଡରାଯାଇଥିଲା । ସେ କହିଛନ୍ତି ଯେ କ୍ରୀଡ଼ା ମନ୍ତ୍ରୀ କହୁଛନ୍ତି ଯେ ସେ ୧୨ ଘଣ୍ଟା ଧରି ଲୋକଙ୍କ ସହ କଥା ହୋଇଛନ୍ତି, ସତ୍ୟ ଏହା ହେଉଛି ଯେ ସେ ୧୨ ମିନିଟ ପର୍ଯ୍ୟନ୍ତ ମଧ୍ୟ ସଠିକ୍ କଥା ହୋଇନାହାଁନ୍ତି ।

ତେବେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ଆମେ କୁସ୍ତିଯୋଦ୍ଧାମାନଙ୍କୁ ୧୨ ଘଣ୍ଟା ଶୁଣିଲୁ ଏବଂ ଏକ କମିଟି ଗଠନ କଲୁ । ଆମେ ମଧ୍ୟ ଏକ ଯଥାର୍ଥ ତଦନ୍ତ ଚାହୁଁ, ଏହି ସମସ୍ୟାକୁ ନେଇ ୧୪ ଟି ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କୁ ଏକ ଯାଞ୍ଚ କମିଟି ସମ୍ମୁଖରେ ସେମାନଙ୍କର ମତାମତ ଉପସ୍ଥାପନ କରିବାର ସୁଯୋଗ ଦିଆଯାଇଥିଲା । ଯେ କୌଣସି ପୋଲିସ ଷ୍ଟେସନରେ ୠଓଜ ପଞ୍ଜୀକୃତ ହୋଇପାରିବ । ତେବ େଅନୁରାଗ ଠାକୁରଙ୍କ ଏହି ବୟାନ ପରେ କୁସ୍ତିଯୋଦ୍ଧାମାନେ ଜବାବ ରଖିଛନ୍ତି ।

ଏହି ଘଟଣା ସମ୍ପର୍କରେ ବଜରଙ୍ଗ ପୁନିଆ କହିଛନ୍ତି ଯେ, କ୍ରିଡ଼ାମନ୍ତ୍ରୀ କହୁଛନ୍ତି କି ଆମେ କେଳାଳିମାନଙ୍କ ସହିତ ୧୨ ଘଣ୍ଟା ଆଲୋଚନା କଲୁ । କିନ୍ତୁ ତାଙ୍କୁ ଥରେ ପଚାରିବା ଉଚିତ୍ କି ସେ ଖେଳାଳିମାନଙ୍କ ସହିତ କେତେଥର ଆଲୋଚନା କଲେ । ସେ ଖେଳାଳିମାନଙଯକ ସହିତ ମାତ୍ର ୨ରୁ ୪ ମିନିଟ୍ ଆଲୋଚନା କରିଥିଲେ । ବାକି ସମୟ ସେ ତାଙ୍କର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

ମନ୍ତ୍ରୀ ନିଜେ ମଧ୍ୟସ୍ତତା କରୁଥିଲେ । ଆମେ ୬ ଜଣଙ୍କ ନାମ ସୁପାରିସ୍ କରିଥିଲୁ । ସେ କେବଳ ବବିତା ଫୋଗଟଙ୍କ ନାମ ସାମିଲ କରିଥିଲେ, ଏବଂ ଅନ୍ୟମାନଙ୍କର ନାଁ ସାମିଲ କରି ନଥିଲେ । ତେବେ କମିଟିରେ ସାମିଲ ଥିବା ବାକି ଲୋକମାନଙ୍କମଧ୍ୟରେ ବିବାଦ ଚାଲିଛି । ବବିତା ନିଜେ କହିଥିଲେ କି ମୋ ହାତରୁ ରିପୋର୍ଟ ଛଡାଇ ନିଆଯାଇଥିଲା । ମୋ ସହିତ ଖରାପ ବ୍ୟବହାର କରାଗଲା । ଯଦି କମିଟି ସଦସ୍ୟ ନିଜ ମଧ୍ୟରେ ଝଗଡ଼ା କରିବେ ତେବେ ଆମ ମାନଙ୍କୁ କିପରିନ୍ୟାୟ ମିଳିବ ।

Get real time updates directly on you device, subscribe now.