fbpx

ଶରୀରରେ ରହିଯାଇଥିବା ଖଣ୍ଡିଆ ଦାଗକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ପିଲାବେଳେ ଖେଳିବା ସମୟରେ ହେଉ କିମ୍ବା  ସାଇକେଲ୍‌ ଶିଖିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଯାଇଥାଏ।ଏହାସହ ବେଳେ ବେଳେ ଗଭୀର ଆଘାତ ମଧ୍ୟ ଲାଗିଥାଏ। ପଡିଗଲେ ଖଣ୍ଡିଆ ହୋଇ ଦାଗ ରହିଯାଇଥାଏ ଓ ସହଜେ ଲିଭେନାହିଁ। ଏହାସହ ଅପରେସନ ହୋଇଥିଲେ ମଧ୍ୟ କଟା ଦାଗ ରହିଯାଇଥାଏ।

ପରେ ଆମେ ବିଭିନ୍ନ ଉପାୟ କରି ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି।  ତେବେ ଘରୋଇ ଉପାୟରେ ମଧ୍ୟ ଏହି ଦାଗ କୁ ଦୂର କରାଯାଇପାରିବ।

ଚନ୍ଦନ- ଏଥିପାଇଁ ଆପଣଙ୍କ ଗୋଟେ ଚାମଚ ଚନ୍ଦନ ପାଉଡର୍‌ ନେଇ ସେଥିରେ ଗୋଲାପ ଜଳ ଏବଂ କ୍ଷୀର ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାପରେ ସବୁଦିନ ଏହି ପେଷ୍ଟ  ଦାଗ ଉପରେ ଲଗାନ୍ତୁ। ଦେଖିବେ କିଛି ଦିନ ଭିତରେ ଆପଣଙ୍କ ଦାଗ ଲିଭି ଯିବ।

ଲେମ୍ବୁ- ଏକ ଲେମ୍ବୁ ନେଇ ଦାଗ ଉପରେ ଘଷନ୍ତୁ। ସବୁଦିନ କିଛି ସମୟ ପାଇଁ ଏହିପରି କଲେ ଧିରେ ଧିରେ ଦାଗ ଲିଭିବା ଆରମ୍ଭ କରିବ।

ମହୁ- ପ୍ରତ୍ୟେକ ଦିନ ଆପଣ କିଛି ବୁନ୍ଦା ମହୁ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନରେ ଦାଗ ଧିରେ ଧିରେ ଲିଭିବା ଆରମ୍ଭ କରିବ।

କାକୁଡି- କାକୁଡ଼ି ଦାଗ ଲିଭାଇବା ସହ ଖଣ୍ଡିଆ ଭଲ ହେଲା ପରେ କଳା ହୋଇଥିବା ସ୍ଥାନକୁ ଭଲ କରିଥାଏ। ତେବେ ଦାଗ ଭଲ କରିବା ପାଇଁ ଆପଣ କାକୁଡ଼ି ପେଷ୍ଟ ଲଗାଇ ପାରିବେ।  ଅଥବା କାକୁଡ଼ି ଦାଗ ହୋଇଥିବା ସ୍ଥାନରେ ଘସି ମଧ୍ୟ ପାରିବେ।

 

Get real time updates directly on you device, subscribe now.