fbpx

ଜୁନ୍ ୧୫ରୁ ଦେଶରେ ଉପଲବ୍ଧ ହେବ ‘Sputnik-V’ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୫ ତାରିଖରୁ ଦେଶରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’ ଭ୍ୟାକ୍ସିନ୍ । ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଆପୋଲ ହସ୍ପିଟାଲରେ ଜନସାଧାରଣ ଆସନ୍ତାକାଲି ଠାରୁ ପାଇପାରିବେ ଋଷ୍ ନିର୍ମିତ ଭ୍ୟାକ୍ସିନ୍ । କିଛିଦିନ ପୂର୍ବରୁ ଋଷ ନିର୍ମିତ ଭ୍ୟାକ୍ସିନକୁ ଭାରତରେ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) । ଡକ୍ଟର ରେଡ୍ଡୀ ଫାର୍ମା ଏହି ଟିକାକୁ ଦେଶରେ ପ୍ରସ୍ତୁତ କରିବା ପାଇଁ ଟେଣ୍ଡର ନେଇଛି । କୋଭାକ୍ସିନ୍ ଓ କୋଭିସିଲ୍ଡ ପରେ ୩ୟ ଟିକା ‘ସ୍ପୁଟନିକ୍-ଭି’ ଟିକାକୁ ବର୍ତ୍ତମାନ ଦେଶବାସୀଙ୍କୁ ପ୍ରଦାନ କରାଯିବ ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ୧୨.୫ କୋଟି ଡୋଜ୍ ପ୍ରସ୍ତୁତ ହେବ । କରୋନା ଭାଇରସ୍ ବିରୋଧରେ ଏହା ପ୍ରାୟ ୯୪.୩ ପ୍ରତିଶତ ପ୍ରଭାବଶାଳୀ ହେବ ବୋଲି ବିଶେଜ୍ଞମାନେ ମତ ଦେଇଛନ୍ତି । ୨୦୨୦ ମସିହା ଅଗଷ୍ଟ ୧୧ ତାରିଖରେ ଏହି ଭ୍ୟାକ୍ସିନକୁ ଅନୁମୋଦନ ଦେଇଥିଲା ରୁଷ୍ । ଏହାପରେ ଭାରତର ଔଷଧ ନିର୍ମାତା ଡକ୍ଟର ରେଡ୍ଡୀ ଲାବୋରେଟୋରୀ ଓ ରୁଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ‘ସ୍ପୁଟନିକ-ଭି’ର କ୍ଲିନିକାଲ୍ ପରୀକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ‘ସ୍ପୁଟନିକ-ଭି’ର ଜରୁରୀକାଳୀନ ବ୍ୟବହାର ପାଇଁ ଡକ୍ଟର ରେଡ୍ଡୀ ଲାବୋରୋଟୋରି ପୂର୍ବରୁ ଅନୁମତି ପାଇଥିଲା ।

Get real time updates directly on you device, subscribe now.