fbpx

କାଲିଠାରୁ ୬-୧୨ ବର୍ଷର ପିଲାମାନଙ୍କଠାରେ କୋଭାକ୍ସିନ୍ ଟ୍ରାଏଲ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ କାଲିଠାରୁ ୬ରୁ ୧୨ ବର୍ଷୀୟ ପିଲାଙ୍କଠାରେ ଟିକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ କୋଭାକ୍ସିନ୍ ଟିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାପରେ ୨ରୁ ୬ ବର୍ଷର ଶିଶୁଙ୍କଠାରେ କୋଭିଡ ଟିକା ପରୀକ୍ଷା ହେବ । ୧୨ରୁ ୧୮ ବର୍ଷୀୟଙ୍କଠାରେ ଟିକା ପରୀକ୍ଷଣ ଶେଷ ହୋଇଛି । ୧୨ରୁ ୧୮ ବର୍ଷୀୟଙ୍କୁ କୋଭାକ୍ସିନର ଗୋଟିଏ ଡୋଜ୍ ଦିଆଯାଇଥିଲା ।

ତେବେ କରୋନା ନିୟନ୍ତ୍ରଣ ହେବା ପରେ ଦେଶ ମଧ୍ୟ ପୂର୍ବ ଅବସ୍ଥାକୁ ଫେରିବା ଆରମ୍ଭ କରିଛି । ଜୀବନଶୈଳୀ ସ୍ୱାଭାବିକ ହେବା ସହ ଦେଶର ଅନେକ ରାଜ୍ୟରେ କାର୍ଯ୍ୟକଳାପ ସ୍ୱାଭାବିକ ହୋଇଛି । ଅନଲକ୍ ପର୍ଯ୍ୟାୟ ଚାଲିଛି ଏବଂ ପ୍ରତିବନ୍ଧକଗୁଡିକ କ୍ରମାଗତ ଭାବରେ କୋହଳ କରାଯାଉଛି । କିଛି ଦିଗରେ ପ୍ରତିବନ୍ଧକ ଏବେ ବି ହଟାଯାଇନଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି ।

Get real time updates directly on you device, subscribe now.