fbpx
BSKY
BJD MC SKY
BJD YOUTH SKY

ସ୍କ୍ୱିଡ୍ ଗେମ ପରେ କମାଲ କରୁଛି Squid କଏନ୍; ୩୦ ହଜାର ଗୁଣା ବଢିଲା ମୂଲ୍ୟ

ନୂଆଦିଲ୍ଲୀ: ନେଟଫ୍ଲିକ୍ସର ୱେବ ସିରିଜ ସ୍କ୍ୱିଡ୍ ଗେମକୁ ସମଗ୍ର ବିଶ୍ୱରେ ବେଶ ପସନ୍ଦ କରାଯାଇଥିଲା । ଏହି କୋରିଆନ ଡ୍ରାମା ସିରିଜକୁ ବିଶ୍ୱରେ ସବୁଠାରୁ ଅଧିକ ଦର୍ଶକ ଦେଖିଥିଲେ । ୱେବ ସିରିଜର ଦୁନିଆ ପରେ ବର୍ତ୍ତମାନ କ୍ରିପଟୋ ଦୁନିଆରେ ରାଜ କରୁଛି ସ୍କ୍ୱିଡ କଏନ୍ । ଏହି ଶୋ ପକ୍ଷରୁ ନିଜର କ୍ରିପ୍ଟୋ ବ୍ରାଣ୍ଡ ସ୍କ୍ୱିଡ୍ ଲଞ୍ଚ କରାଯାଇଥିଲା । ତେବେ ଲଞ୍ଚ ହେବା ପରେ ପରେ ଏହି କଏନଟି ରକେଟ ଗତିରେ ଅଭିବୃଦ୍ଧି ହାସଲ କରିଛି । ୩୦ ହଜାର ଗୁଣର ଅଭିବୃଦ୍ଧି ସହିତ ଏହି କଏନ କ୍ରିପ୍ଟୋ ବଜାରକୁ ସରଗରମ କରିଛି ।

ବିଗତ ୧୦୦ ଘଣ୍ଟା ମଧ୍ୟରେ ଏହି କ୍ରିପଟୋକଏନ ୩୪୮୨୫ ଗୁଣ ଉପରକୁ ଉଠି ୪.୧୫ ଡଲାରେ ଟ୍ରେଡ କରୁଛି । ଅକ୍ଟୋବର ୨୬ ତାରିଖରେ ଏହାର ମୂଲ୍ୟ ୦.୦୧୨୩୬ ଡଲାର ରହିଥିଲା । ଏହି କଏନରେ ମାତ୍ର ଏକ ହଜାର ଟଙ୍କା ନିବେଶ କରିଥିବା ନିବେଶକଙ୍କୁ ୩ ଲକ୍ଷ ୪୩ ହଜାର ୮୫୦ ଟଙ୍କାର ରିଟର୍ଣ୍ଣ ମିଳିଛି । ଏହି କଏନ ବିକ୍ରି ହୋଇ ପାରୁନଥିବା ନେଇ ମଧ୍ୟ କିଛି ବ୍ୟବହାରକାରୀ ଅଭିଯୋଗ କରିଛନ୍ତି । ତେବେ ଏମିତି ଅଚାନକ ମୂଲ୍ୟ ବୃଦ୍ଧି କାରଣରୁ ଏହି କ୍ରିପଟୋକରେନ୍ସିରେ ନିବେଶ କରିବା ବିପଜ୍ଜନକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.