fbpx

‘RRR’ ଟିଜର: ପ୍ରଶଂସାରେ ପୋତି ପକାଇଲେ ଏହି ସୁପରଷ୍ଟାର; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନେକ ବଡ଼ ବଡ଼ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । ଅନେକ ଫିଲ୍ମର ସୁଟିଂ ଚାଲିଥିବାବେଳେ ଅନେକ ଫିଲ୍ମ ରିଲିଜ ହେବା ଅପେକ୍ଷାରେ । ଏହାରି ମଧ୍ୟରେ ଏସ ଏସ ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଆରଆରଆର’ ର ଏକ ଜବରଦସ୍ତ ଟିଜର ରିଲିଜ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଏବଂ ରାମ ଚରଣଙ୍କ  ବଲିଉଡ ସୁପରଷ୍ଟାର ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ ମଧ୍ୟ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଏହାର ଏକ ଟିଜର ରିଲିଜ ହୋଇଛି । ଯେଉଁଥିରେ ଏଭଳି ଜବରଦସ୍ତ ଦୃଶ୍ୟ ଦେଖାଯାଇଛି ଯାହାକୁ ଦେଖି ଫ୍ୟାନ୍ସଙ୍କ ସହ ସେଲିବ୍ରିଟି ମାନେ ମଧ୍ୟ ପ୍ରଂଶସା କରିବାରେ ଲାଗିଛନ୍ତି ।

ସେପଟେ ଫିଲ୍ମର ଟିଜରକୁ ନେଇ ଏସଏସ ରାଜାମୌଲୀଙ୍କୁ ପ୍ରଂଶସାରେ ପୋତିପକାଇଛନ୍ତି ଅଲ୍ଲୁ ଅର୍ଜୁନ ସେ କହିଛନ୍ତି ରାଜାମୌଲୀ ହେଉଛନ୍ତି ଭାରତର ଗର୍ବ ।

 

ଏହି ଟିଜରରେ ଫିଲ୍ମର ସବୁ ଷ୍ଟାରଙ୍କ ଝଲକ ଦେଖିବାକୁ ମିଳିଛି । ଯେଉଁଥିରେ ଜୁନିୟର ଏନଟିଆର, ରାମ ଚରଣ, ଆଲିଆ ଭଟ୍ଟ, ଅଜୟ ଦେବଗନ ସାମିଲ ଅଛନ୍ତି । ଟିଜରରେ ଯୁଦ୍ଧର ଦୃଶ୍ୟ, ରାମ ଚରଣଙ୍କ ଆକ୍ସନ ସିନ୍, ଜୁନିୟର ଏନଟିଆରଙ୍କ ଫାଇଟ ସିନ୍, ଇଂରେଜମାନଙ୍କୁ ତଡ଼ିବାରେ ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ନଜର ଆସିଛନ୍ତି ।

ସୂଚନାଯୋଗ୍ୟ ଫିଲ୍ମ ୭ ଜାନୁଆରୀ ୨୦୨୨ରେ ରିଲିଜ ହେବାକୁଯାଉଛି । ଯାହାକୁ ନେଇ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି । କୁହାଯାଉଛି ଫିଲ୍ମର ବଜେଟ ପ୍ରାୟ ୩୦୦ କୋଟି ରହିଛି ।

Get real time updates directly on you device, subscribe now.