fbpx

ଲଘୁଚାପକୁ ନେଇ ଜିଲ୍ଳାପାଳଙ୍କୁ ସତର୍କ କଲେ SRC; ମତ୍ସ୍ୟଜୀବିଙ୍କୁ ଫେରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ଆସନ୍ତା ୩୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ କାରଣରୁ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି ।

ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସମେତ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡାରେ ବର୍ଷା ସମ୍ଭାବନା ରହିଛି । ସେହିପରି ସମୁଦ୍ର ମଧ୍ୟକୁ ଯିବା ପାଇଁ କଟକଣା ଜାରି କରାଯାଇଥିବା ବେଳେ ୨ ତାରିଖ ପୂର୍ବରୁ ସମୁଦ୍ର ମଧ୍ୟରୁ ଫେରି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.