fbpx

ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ବର୍ଷା-ଶୀତ ଚିଠି

ଭୁବନେଶ୍ୱର, ୩ା୧(ଓଡ଼ିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୧୧ଜିଲ୍ଳା ପାଇଁ ୟୋଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସେ ଅମଳ ଧାନକୁ ସୁରକ୍ଷିତ ରଖିବାକୁ କୃଷକଙ୍କୁ ପରାମର୍ଶ ଦେଇଛନ୍ତି । ମଣ୍ଡିରେ ଥିବା ଧାନକୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ନିଅନ୍ତୁ । ସାଧାରଣ ଲୋକଙ୍କ ପାଇଁ ସ୍କୁଲ ଓ ଆଶ୍ରୟସ୍ଥଳୀ ଖୋଲା ରଖନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.