fbpx

ସନରାଇଜର୍ସ ହାଇଦ୍ରାବାଦକୁ ଝଟକା, ମନ୍ଥର ବୋଲିଂ ପାଇଁ ୱିଲିୟମସନଙ୍କୁ ୧୨ ଲକ୍ଷ ଟଙ୍କା ଫାଇନ୍

ପୁଣେ : ରାଜସ୍ଥାନ ରୟାଲ୍ସ ବିକ୍ଷ ଆଇପିଏଲ ମ୍ୟାଚରେ ମନ୍ଥର ବୋଲିଂ କରିବା ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ପାଇଁ ମହଙ୍ଗା ପଡିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଧାର୍ଯ୍ୟ ୨୦ ଓଭର ବୋଲିଂ କରିବାରେ ବିଫଳ ହେବାରୁ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ କେନ୍‌ ୱିଲିୟମସନଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ୨୯ ତାରିଖ ଦିନ ଅନୁଷ୍ଠିତ ଆଇପିଏଲ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳ ଏହି ତ୍ରୁଟି କରିବା ଫଳରେ ଅମ୍ପାୟରଭ୍କ ସୁପାରିଶ କ୍ରମେ ଆଇପିଏଲ୍ ଆଚରଣ ବିଧି ନିୟମ ଅନୁଯାୟ ଏହି ଦଣ୍ଡ ବିଧାନ କରା ଯାଇଛି । ଉଭୟ ଦଳ ପାଇଁ ଏହା ପ୍ରଥମ ମ୍ୟାଚ ଥିଲା । ଚଳିତ ଆଇପିଏଳରେ ଏହା ଦ୍ୱିତୀୟ ଦୃଷ୍ଟ୍ରାନ୍ତ ହୋଇ ଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏହା ପ୍ରଥମ ଦଣ୍ଡ ବିଧାନ । ଏହା ପୂର୍ବରୁ ଅନୁଷ୍ଠିତ ଦିଲ୍ଳୀ କ୍ୟାପିଟାଲ୍ସ ବିକ୍ଷ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ମଧ୍ୟ ୧୨ ଲକ୍ଷ ଟଙ୍କା ଜୋରିମାନା କରା ଯାଇଥିଲା ।

Get real time updates directly on you device, subscribe now.