fbpx
BSKY
BJD MC SKY
BJD MS SKY

ଖୁବ୍‌ ଶୀଘ୍ର ଆରମ୍ଭ ହେବ ସ୍ୱଦେଶୀ ୪ଜି ମୋବାଇଲ୍‌ ନେଟୱର୍କ, ୨୦୨୨ ଶେଷ ସୁଦ୍ଧା ୫ଜି ନେଟୱାର୍କ : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ଖୁବ୍‌ କମ୍‌ ସମୟ ମଧ୍ୟରେ ସ୍ୱଦେଶୀ ୪ଜି ମୋବାଇଲ୍‌ ନେଟୱାର୍କ ପ୍ରସ୍ତୁତ ହୋଇଛି । ଏହା ଖୁବ୍‌ ଶୀଘ୍ର ରୋଲଆଉଟ୍‌ ପାଇଁ ପ୍ରସ୍ତୁତ ହୋଇଥିବାବେଳେ ୨୦୨୨ ଶେଷ ସୁଦ୍ଧା ୫ଜି ନେଟୱାର୍କ ପ୍ରସ୍ତୁତ ହେବ ବୋଲି ବୁଧବାର ଲୋକସଭାରେ କହିଛନ୍ତି ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ଯେ ଅନେକ ବର୍ଷ ପରେ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏହାର ସେବାରେ ଉନ୍ନତି ଆଣିବା ପରେ ଅପରେଟିଂ ଲାଭ କରିବାରେ ସକ୍ଷମ ହୋଇଛି ।

ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଭାରତୀୟ ଇଞ୍ଜିନିୟରମାନେ ଦେଶର ନିଜସ୍ୱ ୪ଜି ନେଟୱାର୍କ ପ୍ରସ୍ତୁତ କରିଛନ୍ତି ଯାହା ଖୁବ୍‌ ଶୀଘ୍ର ଉନ୍ମୋଚନ ପାଇଁ ପ୍ରସ୍ତୁତ ହେଉଛି । ଲୋକସଭାର ପ୍ରଶ୍ନକାଳରେ ସେ କହିଥିଲେ, ଭାରତ ଏତେ ଶୀଘ୍ର କିରି ଏହାର ୪ଜି ନେଟୱାର୍କ ନିର୍ମାଣ କରିଛି ତାହାକୁ ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟଜନକ ଭାବେ ଦେଖୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୫ଜି ନେଟୱାର୍କ ୪ଜିରେ ନିର୍ମିତ ହୋଇଛି ଏବଂ ୫ଜି ନିର୍ମାଣ ପାଇଁ କାର୍ଯ୍ୟ ଚାଲିଛି । ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ୫ଜି ନେଟୱାର୍କ ପ୍ରସ୍ତୁତ ହୋଇଯିବ । ଦେଶର ଅନେକ ଅଞ୍ଚଳରେ ଖରାପ ମୋବାଇଲ ସଂଯୋଗ ଉପରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ମୋବାଇଲ୍‌ ଟେଲିକମ୍‌ ନେଟୱାର୍କରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଦ୍ୱାରା ନଅଟି ଯୋଜନା ନିଆଯାଇଛି ଯେଉଁଥିରେ ୯,୦୦୦ରୁ ଅଧିକ ଟାୱାର ନିର୍ମାଣ ଅନ୍ତର୍ଭୁକ୍ତ ଅଛି ।

Get real time updates directly on you device, subscribe now.