fbpx

ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ, ରାଜଧାନୀରେ ଲାଗିଲା କର୍ଫ୍ୟୁ

Advertisement

ନୁଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶର ରାଜନେତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେଉଛି। ଏହି କ୍ରମରେ ଆଜି ଯେତେବେଳେ ବିକ୍ଷୋଭକାରୀମାନେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ବାସଭବନକୁ ଘେରି ରହିଥିଲେ ସେତେବେଳେ ସେ ଦେଶ ଛାଡ଼ି ପଳାଇଯାଇଥିବା କୁହାଯାଉଛି।

କୁଯାଉଛି ଯେ, ପୁର୍ବାହ୍ନ ସମୟରେ ବିକ୍ଷୋବକାରିମାନେ କଲୋମ୍ବସ୍ଥିତ ରାଷ୍ଟ୍ରପତି ଭବନକୁ ଘେରିଯାଇଥିଲେ। ଏହା ପରେ ପ୍ରଦର୍ଶନକାରୀମାନେ ଗୋଟବାୟ ରାଜପକ୍ଷଙ୍କ ସରକାରି କାର୍ଯ୍ୟାଳୟରେ ଭାରି ମାତ୍ରାରେ ଭଙ୍ଗାରୁଜା କରିଥିଲେ। ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଇସ୍ତଫା ଦାବି ଜୋର ଧରିଛି।

ଶୁକ୍ରବାର ଦେଶରେ ଅନିଶ୍ଚିତକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଛି। ସେନାକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି। ରାଜଧାନୀ କଲୋମ୍ବୋ ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତିରୁ କର୍ଫ୍ୟୁ ଲାଗୁ ହୋଇଥିବା ପୋଲିସ ମୁଖ୍ୟ ଚନ୍ଦନା ବିକ୍ରମରତ୍ନେ କହିଛନ୍ତି। ଶୁକ୍ରବାର ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ କଲୋମ୍ବରେ ପ୍ରବେଶ କରିଥିଲେ। ଯେଉଁ କାରଣରୁ କର୍ଫ୍ୟୁ ଲାଗୁ ହୋଇଥିଲା।

 

Get real time updates directly on you device, subscribe now.