Breaking: ପୂର୍ବତନ IAS ଅଫିସର ଶ୍ରୀକାନ୍ତ ପୃଷ୍ଟି ହେଲେ ରାଜ୍ୟ ସମବାୟ ନିର୍ବାଚନ କମିଶନର
୨୦୦୩ ବ୍ୟାଚର IAS ହେଉଛନ୍ତି ଶ୍ରୀକାନ୍ତ ପୃଷ୍ଟି। ଶ୍ରୀକାନ୍ତ ଏବେ ରାଜ୍ୟ ସମବାୟ ନିର୍ବାଚନ କମିଶନର।
ଭୁବନେଶ୍ୱର: ଶ୍ରୀକାନ୍ତ ପୃଷ୍ଟିଙ୍କୁ ମିଳିଲା ନୂଆ ଦାୟିତ୍ୱ। ଶ୍ରୀକାନ୍ତ ପୃଷ୍ଟି ହେଲେ ରାଜ୍ୟ ସମବାୟ ନିର୍ବାଚନ କମିଶନର। ଶ୍ରାକାନ୍ତ ପୃଷ୍ଟି ହେଉଛନ୍ତି ଅବସରପ୍ରାପ୍ତ IAS ଅଫିସର। ୨୦୦୩ ବ୍ୟାଚର IAS ଅଫିସର ହେଉଛନ୍ତି ଶ୍ରୀକାନ୍ତ ପୃଷ୍ଟି।
ପାଖାପାଖି ମାସେରୁ ଅଧିକ ଦିନ ହେବ ରାଜ୍ୟ ସମବାୟ ନିର୍ବାଚନ ପଦବୀ ଖାଲି ପଡିଥିଲା। ହେଲେ ଏବେ ନୂଆ ଦାୟିତ୍ୱ ମିଳିଲା। ଅବସରପ୍ରାପ୍ତ IAS ଶ୍ରୀକାନ୍ତ ପୃଷ୍ଟି ହେଲେ ରାଜ୍ୟ ସମବାୟ ନିର୍ବାଚନ କମିଶନର।
ପୂର୍ବରୁ ପୂର୍ବତନ IAS ସୁନ୍ଦରଲାଲ ଥିଲେ ସମବାୟ ନିର୍ବାଚନ କମିଶନର। ତାଙ୍କ ପରେ ଏହି ପଦ ଖାଲି ପଡିଥିଲା। ଆଉ ଆଜି ପୂର୍ବତନ IAS ଅଫିସର ଶ୍ରୀକାନ୍ତ ପୃଷ୍ଟିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଆଗକୁ କିପରି ଶ୍ରୀକାନ୍ତ ନିଜର ଦାୟିତ୍ୱ ତୁଲାଉଛନ୍ତି, କିପରି ଭାର ସମ୍ଭାଳୁଛନ୍ତି କିପରି କାର୍ଯ୍ୟକାରୀତା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।