fbpx
BSKY
BJD SHG SKY
BJD YOUTH SKY

ବଦଳିଲା ଜଗା ଦର୍ଶନ ସମୟ: ଏଣିକି ରାତି ୮ଟା ୩୦ ଯାଏଁ ଶ୍ରୀମନ୍ଦିର ଖୋଲା

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର । ଶ୍ରୀମନ୍ଦିର ଏଣିକି ରାତି ୮ଟା ୩୦ ଯାଏଁ ଖୋଲା ରହିବ । ନାଇଟ୍ କର୍ଫ୍ୟ ଲାଗୁ ହେବାକୁ ଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି । ଏହା ପୂର୍ବରୁ ରାତି ୯ଟା ୩୦ ଯାଏଁ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ଦର୍ଶନ କରିପାରୁଥିଲେ । ପାଇଟ୍ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହା ସହିତ ଆଜି ଅପରାହ୍ନରେ ଛତିଶାନିଯୋଗ ବୈଠକ ବସିବ ।

ତେବେ ରାଜ୍ୟରେ କରୋନା ସହିତ ଓମିକ୍ରନ ବଢ଼ିବାରେ ଲାଗିଛି । ଜାନୁଆରୀ ମାସର ଗାଇଡଲାଇନ୍ ଆଜିଠାରୁ ଲାଗୁ ହେବ । ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଜାରି ରହିବ କର୍ଫ୍ୟୁ କଟକଣା । ଦୋକାନ ବଜାର, ସପିଙ୍ଗ୍‌ ମଲରେ ଭିଡ଼ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କଲେ ୭ ଦିନ ପାଇଁ ମଲ୍‌, ଦୋକାନ ବନ୍ଦ ହେବ । ରାସ୍ତାକଡ଼ ଦୋକାନରେ, ସର୍ବାଧିକ ୫ ଗ୍ରାହକ ରହିବେ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଆଜି ଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ ଚାଲିବ । ଏହି ସମୟରେ ମୋବାଇଲ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ।

Get real time updates directly on you device, subscribe now.