fbpx

ପୋଲିସର ଭୟ: ତିହାର ଜେଲରେ କଏଦୀ ଗିଳିଦେଲା ମୋବାଇଲ, ଏବେବି ପେଟରେ ରହିଛି ଫୋନ

ନୂଆଦିଲ୍ଳୀ: ଦେଶର ସବୁଠାରୁ ବଡ ଜେଲ ତିହାର ଜେଲରେ ପୋଲିସ ପକ୍ଷରୁ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପୋଲିସ ଡରରେ ଜଣେ କଏଦୀ ଏକ ମୋବାଇଲ ଫୋନ ଗିଳି ପକାଇଥିଲା । ଦୁଇ ଦିନ ତଳେ ତିହାର ଜେଲରେ ପୋଲିସ ପକ୍ଷରୁ ଏକ ରେଡ୍ କରାଯାଇଥିଲା । କଏଦୀ ମାନେ ଫୋନ ବ୍ୟବହାର କରୁଥିବା ନେଇ ସୂଚନା ମିଳିବା ପରେ ରେଡ୍ କରାଯାଇଥିଲା । ରେଡ ସମୟରେ ଧରାପଡିବା ଭୟରେ ଜଣେ ଅପରାଧୀ ଫୋନଟିକୁ ଗିଳି ପକାଇଥିଲା ।

ଜାନୁୟାରୀ ୫ ତାରିଖରେ ତିହାର ଜେଲର ସେଲ୍ ନମ୍ବର-୧ରେ ଚଢାଉ କରାଯାଇଥିଲା । ବୁଧବାର ଚଢାଉ ସମୟରେ କର୍ମଚାରୀଙ୍କୁ ଦେଖି କଏଦୀ ଜଣଙ୍କ ନିଜ ଫୋନ ଗିଳି ପକାଇଥିଲା । ତିହାର ଜେଲ ଡିଜି ସନ୍ଦୀପ ଗୋଏଲଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଏହି ଘଟଣା ପରେ କଏଦୀ ଜଣଙ୍କୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଏଦୀ ଜଣଙ୍କ ଅବସ୍ଥା ସ୍ଥିର ରହିଥିବା କୁହାଯାଇଛି ।

Get real time updates directly on you device, subscribe now.