fbpx

ମାତ୍ର ୯୭୭ ଟଙ୍କାରେ ବିମାନ ଯାତ୍ରା! ଫଟାଫଟ୍ କରନ୍ତୁ ଟିକେଟ୍ ବୁକିଂ, ଆଜି ଶେଷ ସୁଯୋଗ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ଏୟାରଲାଇନ କମ୍ପାନୀ ‘ଭିସ୍ତାରା’ ଫ୍ଲାଇଟ୍ ଟିକେଟ୍ ଉପରେ ଜବରଦସ୍ତ ଅଫର୍ ଦେଇଛି । କମ୍ପାନୀ କିଛି ଦିନରେ ନିଜର ୭ତମ ବାର୍ଷିକ ଉତ୍ସବ ପାଳନ କରିବ । ବାର୍ଷିକ ଉତ୍ସବ ଅବସରରେ କମ୍ପାନୀ ନିଜ ଯାତ୍ରୀମାନଙ୍କ ପାଇଁ ଏକ ଜବରଦସ୍ତ ଉପହାର ଆଣିଦେଇଛି, ଯାହା ଅଧିନରେ ଆପଣ କେବଳ ୯୭୭ ଟଙ୍କାରେ ବିମାନ ଯାତ୍ରା କରିପାରିବେ ।

ଘରୋଇ ଓ ଆନ୍ତର୍ଜାତୀୟ ନେଟୱାର୍କ ଉପରେ ସ୍ୱତନ୍ତ୍ର ଭଡ଼ା ଘୋଷଣା କରିଛି କମ୍ପାନୀ । ଘରୋଇ ବିମାନ ଉଡ଼ାଣର ଭଡ଼ା ଇକୋନୋମି କ୍ଲାସ ପାଇଁ ୯୭୭ ଟଙ୍କାରୁ ଆରମ୍ଭ ହୋଇ ୨୬୭୭ ଟଙ୍କା ପର୍ଯ୍ୟନ୍ତ ରହିଛି । ପ୍ରିମିୟମ ଇକୋନୋମି ଓ ବିଜନେସ୍ କ୍ଲାସ ପାଇଁ ଭଡ଼ା ୯୭୭୭ ଟଙ୍କା ରହିଛି । ଆନ୍ତର୍ଜାତୀୟ ବିମାନ ସେବା ପାଇଁ କମ୍ପାନୀ ନୂଆ ଭଡ଼ା ମଧ୍ୟ ଘୋଷଣା କରିଛି । ଭିସ୍ତାରାର ୭ତମ ବାର୍ଷିକ ଅଫର ଚଳିତ ବର୍ଷ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି ।

ଜାମ୍ମୁ-ଶ୍ରୀନଗର ରୁଟ୍ ଉପରେ ଭଡ଼ା ୯୭୭ ଟଙ୍କା ରହିଛି । ଏଥିରେ ବେଙ୍ଗାଲୁରୁରୁ ହାଇଦ୍ରାବାଦ ପାଇଁ ୧୭୮୧ ଟଙ୍କା, ଦିଲ୍ଲୀରୁ ପାଟନା ପାଇଁ ୧୯୭୭ ଟଙ୍କା, ବେଙ୍ଗାଲୁରୁରୁ ଦିଲ୍ଲୀ ପାଇଁ ୩୯୭୦ ଟଙ୍କା, ମୁମ୍ବାଇରୁ ଦିଲ୍ଲୀ ପାଇଁ ୨୧୧୨ ଟଙ୍କା, ଦିଲ୍ଲୀରୁ ଗୁଆହାଟି ପାଇଁ ୨୭୮୦ ଟଙ୍କା ଭଡ଼ା ରହିଛି ।

ତେବେ ଭିସ୍ତାରାର ୭ତମ ବାର୍ଷିକ ଅଫର ୬ ଜାୁନଆରୀରୁ ଆରମ୍ଭ ହୋଇଛି । ଏହି ୭ ଜାନୁଆରୀ ଅର୍ଥାତ୍ ଆଜି ରାତି ୧୨ଟା ପର୍ଯ୍ୟନ୍ତ ରହିବ । ଏହି ଅଫରରେ ଆପଣ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଟିକେଟ୍ ବୁକ୍ କରିପାରିବେ । ବ୍ଲାକ୍ ଆଉଟ୍ ତାରିଖ ଉପରେ ବୁକିଂ ଅଫର ନାହିଁ । ଟିକେଟ୍ ବୁକିଂ କରିବା ପାଇଁ ଆପଣ କମ୍ପାନୀର ଅଫିସିଆଲ ସାଇଟ୍ www.airvistara.com କୁ ଯାଇପାରିବେ ।

Get real time updates directly on you device, subscribe now.