fbpx
BSKY
BJD MC SKY
BJD YOUTH SKY

ଶ୍ରୀକ୍ଷେତ୍ର ହୋଇଉଠିବ ଉତ୍ସବମୁଖର; ଆସନ୍ତା ଜାନୁଆରୀ ୧୭ ତାରିଖରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଓଡିଶା ଭାସ୍କର; ଜଗନ୍ନାଥ ଧାମ ବା ଶ୍ରୀକ୍ଷେତ୍ର ହୋଇଉଠିବ ଉତ୍ସବମୁଖର । ଆସନ୍ତା ୨୦୨୪ ଜାନୁଆରୀ ୧୭ ତାରିଖରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ପରିକ୍ରମା ପ୍ରକଳ୍ପ ବୁଲି ଦେଖି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସକାଳ ୯ଟାରୁ ଅପରାହ୍ନ ଯାଏ ଗଜପତି ମହାରାଜା ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ, ଶ୍ରୀସେତୁ ଓ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଏହାର ସମୀକ୍ଷା କରିଛନ୍ତି ।

ତେବେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସମେତ ଟାଟା ଓ ଓବିସିସି ଅଧିକାରୀଙ୍କ ସହ ପ୍ରଥମେ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠ ପରିସର ବୁଲିଥିଲେ । ସେଠାରେ ନିର୍ମାଣାଧୀନ ବହୁତଳ ପାର୍କିଂ, ପିଲିଗ୍ରୀମ୍‌ ସେଣ୍ଟର, ମହାପ୍ରସାଦ ସେବନ କରିବା ପାଇଁ ଶେଡ୍‌ ପ୍ରଭୃତି ଦେଖିଥିଲେ । ଏହାପରେ ଶ୍ରୀ ସେତୁ ଓ ଶେଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜା ।

ସୂଚନା ଥାଉକି, ଆସନ୍ତା ୨୦୨୪ ଜାନୁଆରୀ ୧୭ ତାରିଖରେ ପ୍ରତିଷ୍ଠା ହେବ ଏହି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଯାହା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏଥିପାଇଁ ଭବ୍ୟ ପ୍ରତିଷ୍ଠା ଉତ୍ସବ ଆୟୋଜନ ମଧ୍ୟ କରାଯାଉଛି । ଜାନୁୟାରୀ ୧୨ ତାରିଖରୁ ହୋମଯଜ୍ଞ ଆରମ୍ଭ ହେବ । ଏହା ସହ ପାଞ୍ଚଦିନ ଧରି ହୋମଯଜ୍ଞ ହେବ ଓ ଏହା ପରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା କରାଯିବାର କାର୍ୟ୍ୟକ୍ରମ ରହିଛି ।

 

Get real time updates directly on you device, subscribe now.