fbpx

ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା,୪ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ, ୮ା୧: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଉପରେ ଆପତ୍ତି ଉଠାଇଛନ୍ତି ଆମିକସ କ୍ୟୁରୀ । ରିପୋର୍ଟରେ କିଛି ତଥ୍ୟ ଉଣା ରହିଥିବା କହିଛନ୍ତି ଆମିକସ କ୍ୟୁରି ରଞ୍ଜିତ କୁମାର । ଏନେଇ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ପାଇଁ ଆବଶ୍ୟକ ତଥ୍ୟର ତାଲିକା ଦେବେ ରଞ୍ଜିତ । କୋର୍ଟରେ ଅତିରିକ୍ତ ରିପୋର୍ଟ ଦାଖଲ କରିବ ଶ୍ରୀମନ୍ଦିର ପରିଚାଳନା କମିଟି । ସମସ୍ତ ରିପୋର୍ଟ ଦାଖଲ କରିବାପରେ ୪ସପ୍ତାହ ପରେ ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.