fbpx

JE ପଦବୀରେ ବମ୍ପର ନିଯୁକ୍ତି ବାହାର କଲା ଏସ୍‌ଏସ୍‌ସି: ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା ଏବଂ ଦରମା

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି କବର ଆଣିଛି କର୍ମଚାରୀ ଚୟନ ଆୟୋଗ(ଏସ୍‌ଏସ୍‌ସି)। ଜୁନିୟର ଯନ୍ତ୍ରୀ( ସିଭିଲ୍,ମେକାନିକ,ଇଲେକ୍ଟ୍ରିକାଲ ଏବଂ ଏବଂ ପରିମାଣ ସର୍ବେକ୍ଷଣ ଏବଂ ଚୁକ୍ତିନାମା) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଶାୟୀାମନେ ଏସ୍‌ଏସ୍‌ସିର ଅଫିସିଆଲ ୱେବସାଇଟ୍ ssc.nic.in ରେ ଯାଇ ୨ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ପଦବୀରେ ନିଯୁକ୍ତି ପାଇଁ ପେପର-୧ର ପରୀକ୍ଷା ନଭେମ୍ବର ମାସରେ ଅନୁଷ୍ଠିତ ହେବ।

ଶିକ୍ଷାଗତ ଯୋଗ୍ୟତା।
ଏହି ପଦ ପାଇଁ ସମ୍ପୃକ୍ତ ଇଞ୍ଜିନିୟରିଂ ବିଷୟରେ ଡିଗ୍ରୀ କିମ୍ବା ତିନି ବର୍ଷର ଡିପ୍ଲୋମା + ଦୁଇ ବର୍ଷର ଅଭିଜ୍ଞତ ଥିବା ଜରୁରୀ। ବିସ୍ତୃତ ଯୋଗ୍ୟତା ବିବରଣୀ ପାଇଁ ଆପଣ ବିଜ୍ଞପ୍ତିକୁ ଭଲ ଦେଖିନିଅନ୍ତୁ।

ବୟସସୀମା।
କେତେକ ପୋଷ୍ଟ ପାଇଁ ସର୍ବାଧିକ ବୟସ ସୀମା ୩୨ ବର୍ଷ ଏବଂ କେତେକଙ୍କ ପାଇଁ ୩୦ ବର୍ଷ। ଏସସି, ଏସଟି ବର୍ଗ ପାଇଁ ପାଞ୍ଚ ବର୍ଷ ଏବଂ ଉପର ବୟସ ସୀମା ମଧ୍ୟରେ ଓବିସି ବର୍ଗ ପାଇଁ ତିନି ବର୍ଷର ଆଶ୍ବସ୍ତି ମିଳିବ।

ଦରମା- ଗ୍ରୁପ୍ ବି ଅଣ ଗେଜେଟେଡ୍ ପୋଷ୍ଟ, ସ୍ତର – ୬ (୩୫୪୦୦- ୧୧୨୪୦୦ / -)

ଆବେଦନ ଶୁଳ୍କ।
ଜେନେରାଲ୍ ଏବଂ ଓବିସି – ୧୦୦ ଟଙ୍କା।
ଏସସି, ଏସଟି, ଡିଭିଆଙ୍ଗ ଶ୍ରେଣୀ ଏବଂ ସମସ୍ତ ଶ୍ରେଣୀର ମହିଳାଙ୍କୁ ଫି ଛାଡ କରାଯିବ। ଅଫଲାଇନ୍ ଚାଲାଣ କାଟିବା ପାଇଁ ଶେଷ ତାରିଖ ଏବଂ ସମୟ ସେପ୍ଟେମ୍ବର ୨ତାରିଖ ଦିନ ୧୧ଟା ପର୍ୟ୍ୟନ୍ତ ରହିଥିବା ବେଳେ ଅନଲାଇନ୍ ଫି ପେମେଣ୍ଟ କରିବାର ଶେଷ ତାରିଖ ଏବଂ ସମୟ ସେପ୍ଟେମ୍ବର ୩ ୧୧ ୧୧ଟା ପର୍ୟ୍ୟନ୍ତ ରହିଛି।

ଆବେଦନ ସମୟସୀମା।
ଅନଲାଇନ୍ ଆବେଦନ ଅଗଷ୍ଟ ୧୨ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨ତାରିଖ ଦିନ ୧୧ଟା ପର୍ୟ୍ୟନ୍ତ ଚାଲିବ। ଆବେଦନ ଫର୍ମ ସଂଶୋଧନ ପାଇଁ ସେପ୍ଟେମ୍ବର ୪ ତାରିଖ ଦିନ ୧୧ଟା ପର୍ୟ୍ୟନ୍ତ ସମୟ ରହିବ।

କିପରି ହେବ ଚୟନ।
ପେପର-୧ (ସିବିଟି) ଏବଂ ପେପର- ୨ ପ୍ରଦର୍ଶନ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ପେପର -୧ ରେ ପାସ୍ ହୋଇଥିବା ପ୍ରାର୍ଥୀଙ୍କୁ ପେପର-୨ ପାଇଁ ଡକାଯିବ। ୨ସିବିଟି ଅବଜେକ୍ଟିଭ୍ ପ୍ରକାରର ପ୍ରଶ୍ନ ହେବ। ଏଥିରେ ନେଗେଟିଭ ମାର୍କିଂ ମଧ୍ୟ ରହିଛି।

Get real time updates directly on you device, subscribe now.