fbpx

ଟ୍ୱିନସିଟିରେ ଉପୁଜିବ ସହରୀ ବନ୍ୟା ସ୍ଥିତି! ଘଣ୍ଟାପ୍ରତି ୨ରୁ ୩ ସେମି ବର୍ଷା ହେବାର ସମ୍ଭାବନା, କାଲି ପାଇଁ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଟ୍ୱିନ୍ ସିଟିରେ ଦିନସାରା ବର୍ଷା ଜାରି ରହିବ । ଘଣ୍ଟାପ୍ରତି ୨ରୁ ୩ ସେମି ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ସୂଚନା ମୁତାବକ, କଟକ ଓ ଭୁବନେଶ୍ୱରର ତଳି ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ଅଧିକ ବର୍ଷା ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିପାରେ । ଅଧିକ ବର୍ଷା ସମ୍ଭାବନା ଥିବାରୁ ଯାତାୟତ ପ୍ରଭାବିତ ହେବ । ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ସହରୀ ବନ୍ୟାର ଆଶଙ୍କା ରହିଛି । ଘଣ୍ଟାକୁ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତିରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତର ଜିଲ୍ଲା କଳାହାଣ୍ଡି, କନ୍ଧ୍ରମାଳ, ଢ଼େଙ୍କାନାଳରେ ପ୍ରବଳ ବର୍ଷା ହେବ । ଅବଶିଷ୍ଟ ୧୬ ଜିଲ୍ଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ ।

ଲଘୁଚାପ ଯୋଗୁଁ ୨ ଦିନ ରାଜ୍ୟରେ ପ୍ରବଳ ବର୍ଷାର ହେବ । ଆଜି ଉପକୂଳ ଓ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲିର ବର୍ଷାର ପରିମାଣ ଆଜିଠାରୁ ଆହୁରି ଅଧିକ ରହିବ । କାଲି ପଶ୍ଚିବ ଓଡ଼ିଶା ଓ ଆଭ୍ୟନ୍ତରର ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କାଲି ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ କମିବ ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ।

Get real time updates directly on you device, subscribe now.