fbpx

ଆପଣ ଶାକାହାରୀ କି? ରୁହନ୍ତୁ ସାବଧାନ,କମ ବୟସରୁ ହେଉଛି ଏହି ରୋଗ…

ଲଣ୍ଡନ: ଶାକାହାରୀ ବା ନିରାମିଷ ଖାଉଥିବା ମହିଳାମାନଙ୍କର ବୃଦ୍ଧାବସ୍ଥାରେ ହିପ୍ ଫ୍ରାକ୍ଚର ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟ ରେ ପ୍ରକାଶ ପାଇଛି । ମାଂସ ଖାଉଥିବା ମହିଳାମାନଙ୍କ ତୁଳନାରେ ଶାକାହାରୀ ଖାଉଥିବା ମହିଳାମାନଙ୍କର ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ବୋଲି ଗବେଷଣାରୁ ଜଣାପଡିଛି । ବିଶେଷଜ୍ଞମାନେ ୨୬,୦୦୦ରୁ ଅଧିକ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ରେକର୍ଡକୁ ବିଶ୍ଳେଷଣ କରି ଏପରି ତଥ୍ଯ ଜାଣିବାକୁ ପାଇଛନ୍ତି ବୋଲି ଏହି ରିପୋର୍ଟ ରେ ପ୍ରକାଶ ପାଇଛି ।

ଅନୁଧ୍ୟାନରୁ ଜଣାପଡିଛି ଯେ, ପ୍ରାୟ ୨୨ ବର୍ଷ ମଧ୍ୟରେ ଶାକାହାରୀମାନେ ନିୟମିତ ମାଂସ ଖାଉଥିବା ଲୋକଙ୍କ ଅପେକ୍ଷା ହିପ୍ ଫ୍ରାକ୍ଚରରେ ସମ୍ମୁଖୀନ ହେବାରେ ଅଧିକ ସମ୍ଭାବନା ରହିଛି । ଏଥିରେ କି କି ସମସ୍ୟା ସୃଷ୍ଟିହୋଇପାରେ ତାହା ଅସ୍ପଷ୍ଟ ରହି ଥିବାବେଳେ ଭେଜିଟେରିଆନମାନେ ମାଂସଜାତୀୟ ଖାଦ୍ୟ ଖାଉନଥିବାରୁ ସେମାନଙ୍କ ଠାରେ ରିପ୍ ଫ୍ରାକ୍ଚର ଦେଖାଯାଏ । ଆମେ ପୂର୍ବରୁ ଜାଣିଛୁ ମାଂସଜାତୀୟ ଖାଦ୍ୟ ରେ ଅଧିକ ପ୍ରୋଟିନ ରହି ଥାଏ । ଯାହାକି ହାଡ ଜାତୀୟ ସମସ୍ୟା ମାଂସ ପେଶୀ କୁ ସଦୃଢ଼ କରି ଥାଏ ।
ତେବେ ଶାକାହାରୀମାନଙ୍କ ପାଇଁ ଅନୁସନ୍ଧାନକାରୀମାନେ ବାର୍ତ୍ତା ଦେଇଛନ୍ତି ଯେ, ଆପଣଙ୍କ ଶାକାହାରୀ ଖାଦ୍ୟ ଖାଆନ୍ତୁ କିନ୍ତୁ ଯେହେତୁ ଆପଣ ମାଛ, ମାଂସ ଖାଉନାହାନ୍ତି ତେଣୁ ପୋଷକ ତତ୍ତ୍ୱ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ବୋଲି ଲିଡସ୍ ବିଶ୍ୱବିଦ୍ୟାଳୟର ଗବେଷକ ଜେମ୍ସ ଓ୍ବେଷ୍ଟର୍ କହିଛନ୍ତି । ଏହା ଆପଣଙ୍କ ଶରୀରର କୁ ଅଧିକ ଶକ୍ତି ଯୋଗେଇବ ।

ଶାକାହାରୀ ଖାଦ୍ୟ ପ୍ରାୟତ ମାଂସାସୀ ଖାଦ୍ୟ ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ ଏବଂ ଏଥି ମଧୁମେହ, ମୋଟାପଣ, ହୃଦ ରୋଗ ଏବଂ କେତେକ କର୍କଟ ରୋଗର ଆଶଙ୍କା କମ୍ ଥାଏ । ଓ୍ବେଷ୍ଟର୍ କହିଛନ୍ତି ଯେ, ଏହା ସମ୍ଭବତଃ ଶାକାହାରୀମାନେ କୌଣସି କାରଣରୁ କିମ୍ବା ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱର କମ୍ ଗ୍ରହଣ ହେତୁ ଦୁର୍ବଳ ହାଡ ଏବଂ ମାଂସପେଶୀର ମାତ୍ରା କମ୍ ରହୁଛି ।
ପ୍ରାୟ ୯୦ ପ୍ରତିଶତ ହିପ୍ ଫ୍ରାକ୍ଚର୍ ପଡିଯିବା କିମ୍ବା ଦୁର୍ଘଟଣାରୁ ଘଟିଥାଏ, ଯାହା ବୟସ୍କ ବ୍ୟକ୍ତିଙ୍କ ଠାରେ ଅଧିକ ଦେଖାଯାଏ । ଯେଉଁମାନେ ଅଧିକ ଦୁର୍ବଳ ଏବଂ ଯେଉଁମାନଙ୍କର ହାଡ ଦୁର୍ବଳ ଥାଏ ସେମାନଙ୍କର ହିପ୍ ଫ୍ରାକ୍ଚର ହେବାର ସମ୍ଭାବନା ଅଧିକ ଥାଏ ।

ସେହିପରି ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ, ମାଂସ ଖାଉଥିବା ଲୋକଙ୍କ ଅପେକ୍ଷା ଶାକାହାରୀମାନଙ୍କର ଓଜନ କମ୍ ହୋଇଥାଏ।କାରଣ ଦୁର୍ବଳ ହାଡ ଏବଂ ମାଂସପେଶୀରେ କମ୍ ଚର୍ବି ରହିଥାଏ । ଓ୍ବେଷ୍ଟର୍ କହିଛନ୍ତି ଯେ, “ଶାକାହାରୀମାନେ ସୁସ୍ଥ ଏବଂ ଶକ୍ତ ହାଡ ପାଇଁ ଅତ୍ୟାଧିକ ଆଇରନ ଏବଂ B12 ସହିତ ସବୁଜ ପନିପରିବା, ବାଦାମ, ଶସ୍ୟଜାତୀୟ ଖାଦ୍ୟ, ଏବଂ ପ୍ରୋଟିନ ଥିବା ଖାଦ୍ୟ ଖାଆନ୍ତୁ । ଯାହାଦ୍ବାର ଆପଣଙ୍କ ମାଂସ ଏବଂ ହାଡ ସତେଜ ହେବା ସହ ହିପ୍ ଫ୍ରାକ୍ଚରରୁ ରକ୍ଷା ପାଇପାରିବେ ।

Get real time updates directly on you device, subscribe now.