fbpx

ରାସନ କାର୍ଡଧାରୀଙ୍କ ପାଇଁ ପୁଣି ଆସିଲା ଖରାପ ଖବର, ତାଲିକାରୁ କଟିଯିବ ଆପଣଙ୍କ ନାଁ!

ନୂଆଦିଲ୍ଲୀ: ମେ ମାସରେ ରାସନ କାର୍ଡଧାରୀଙ୍କ କାର୍ଡ ସମର୍ପଣ କରିବାର ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏଥିରେ ଦାବି କରାଯାଉଥିଲା ଯେ ଅଯୋଗ୍ୟ ରାସନ କାର୍ଡଧାରୀମାନେ ତହସିଲକୁ ଯାଇ ରେସନ କାର୍ଡ ସମର୍ପଣ କରିବାକୁ ପଡିବ । ନଚେତ୍ ସରକାର ସେମାନଙ୍କ କାର୍ଡ ବାତିଲ କରିବେ ଏବଂ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ରାସନ ଆଦାୟ କରିବେ । ତେବେ ପରବର୍ତ୍ତୀ ସମୟରେ ସରକାର ଏହା ଉପରେ ସ୍ପଷ୍ଟୀକରଣ ଦେଇଥିଲେ ଏବଂ ୟୁପି ସରକାର ସେପରି କୌଣସି ନିୟମ କରିନାହାଁନ୍ତି ବୋଲି କୁହାଯାଇଥିଲା ।

କିନ୍ତୁ ଏବେ ୟୁପି ସରକାର ରାଜ୍ୟରେ ରେସନ କାର୍ଡ ବାତିଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୟୁପି ସରକାର ଦେଇଥିବା ଆଦେଶ ଅନୁଯାୟୀ ଅଯୋଗ୍ୟ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯିବ ଏବଂ ଏବେ କେବଳ ଅଭାବୀ ଲୋକ ମାଗଣା ରାସନର ଲାଭ ପାଇବେ । ୟୁପିର ବିଭିନ୍ନ ଜିଲ୍ଲାରେ ଏହା ଆରମ୍ଭ ହୋଇସାରିଛି । ତେବେ ୨୦୧୧ ଜନଗଣନା ଅନୁଯାୟୀ, ରାସନ କାର୍ଡ ତିଆରି କରିବାର ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇଛି । ଏଭଳି ପରିସ୍ଥିତିରେ ନୂଆ ରାସନ କାର୍ଡ ତିଆରି ହୋଇପାରିବ ନାହିଁ ।

ନୂଆ ଲୋକମାନେ ଯଦି ରାସନ କାର୍ଡ ପାଇଁ ଆବେଦନ କରନ୍ତି, ତେବେ ଅନୁସନ୍ଧାନରେ ଅଯୋଗ୍ୟ ଥିବା ଲୋକଙ୍କ ରାସନ କାର୍ଡ ବାତିଲ କରାଯିବ । ବାତିଲ ହୋଇଥିବା ଅଯୋଗ୍ୟ ଲୋକଙ୍କ କାର୍ଡ ବଦଳରେ ନୂଆ ଅଭାବୀ ଲୋକଙ୍କୁ ରାସନ ଯୋଜନାର ସୁବିଧା ଦିଆଯାଉଛି । ୨୦୧୧ ଜନସଂଖ୍ୟା ଅନୁପାତ ଆଧାରରେ ଜାତୀୟ ଖାଦ୍ୟ ନିରାପତ୍ତାରେ ନାମଗୁଡିକ ଯୋଡାଯାଉଛି । ଅନ୍ୟପଟେ ୨୦୧୧ ତୁଳନାରେ ୨୦୨୨ ରେ ସହରର ଜନସଂଖ୍ୟା ଦ୍ୱିଗୁଣିତ ହୋଇଛି । ଜନସଂଖ୍ୟା ବୃଦ୍ଧି ଆଧାରରେ ୨୦୧୧ ର ଲକ୍ଷ୍ୟ ବୃଦ୍ଧି ପାଇଁ ପ୍ରସ୍ତୁତି ଚାଲିଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ତେଣୁ ନୂଆ ରାସନ କାର୍ଡ ତିଆରି କାର୍ଯ୍ୟ ବନ୍ଦ ହୋଇଯାଇଛି ।

Get real time updates directly on you device, subscribe now.