fbpx

SSC JE ରେ ବାହାରିଲା ବମ୍ପର ନିଯୁକ୍ତି: ଜାଣନ୍ତୁ କେତେ ମିଳିବ ଦରମା

ନୂଆଦିଲ୍ଲୀ: SSC ବା କର୍ମଚାରୀ ଚୟନ ଆୟୋଗରେ ଜୁନିଅର ଇଂଜିନିୟର(ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ଆଣ୍ଡ କ୍ୱାଣ୍ଟିଟ୍‌ ସର୍ଭେଂଇ ଆଣ୍ଡ କଣ୍ଟ୍ରାକ୍ଟସ) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ssc.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୨ ତାରିଖରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ୨ ସେପ୍ଟେମ୍ବର ୨୦୨୨ ରହିଛି।

ଅଫିସିଆଲ ନୋଟିଫିକେସନ ମୁତାବକ, ଏହି ପ୍ରକ୍ରିୟା ମାଧ୍ୟମରେ ବର୍ଡର ରୋଡ ଅର୍ଗାନାଇଜେସନ, ସେଣ୍ଟ୍ରାଲ ପବ୍ଲିକ ଓ୍ଵାକର୍ସ ବିଭାଗ, କେନ୍ଦ୍ରୀୟ ଜଳ ବୋର୍ଡ ଏବଂ ମିଲିଟ୍ରୀ ଇଂଜିନିୟର ସର୍ଭିସ ଅଧିନରେ ଅନ୍ୟ ବିଭାଗ ସିଭିଲ/ଇଲେକ୍ଟ୍ରିକାଲ/ ମେକାନିକାଲ ଟ୍ରେଡରେ ଜୁନିଅର ଇଂଜିନିୟର ପଦବୀରେ ଭର୍ତ୍ତି କରାଯିବ। ଏହି ପଦବୀରେ ଭର୍ତ୍ତି ପାଇଁ ଚୟନ ଦୁଇଟି ପର୍ଯ୍ୟାୟରେ ଲିଖିତ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ କରାଯିବ। ଏଥିପାଇଁ ଲିଖିତ ପରୀକ୍ଷା ନଭେମ୍ବରରେ ଆୟୋଜନ କରାଯିବ।

ଜୁନିଅର ଇଂଜିନିୟର ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀତ ଟ୍ରେଡରେ ଇଂଜିନିୟରିଂ ଡିଗ୍ରୀ କିମ୍ବା ଡିପ୍ଲୋମା ହେବା ଜରୁରୀ।

ବୟସ ସୀମା :ପ୍ରାର୍ଥୀଙ୍କ ବୟସ ସୀମା ୩୦/୩୨ ବର୍ଷରୁ ଅଧିକ ହେବା ଜରୁରୀ ନୁହେଁ। ଅଧିକତମ ବୟସ ସୀମାରେ ଏସସି, ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ରିହାତି ଏବଂ ଓବିସି ବର୍ଗଙ୍କ ପାଇଁ ୩ ବର୍ଷ ରିହାତି ଦିଆଯିବ। ସରକାରୀ ନିୟମ ଅନୁସାରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟ ସୀମାରେ ରିହାତି ଦିଆଯିବ।

ଆବେଦନ ଶୁଳ୍କ :

ସମାନ୍ୟ ବର୍ଗ: ୧୦୦

ଅନ୍ୟ ସମସ୍ତ ଜାତି ଏବଂ ମହିଳାଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ରହିଛି।

ଦରମା : ଜୁନିଅର ଇଂଜିନିୟରିଂ ପଦ ପାଇଁ ପ୍ରାର୍ଥୀଙ୍କୁ ମାସିକ ୩୫,୪୦୦ରୁ ୧ ଲକ୍ଷରୁ ଅଧିକ ଦରମା ମିଳିବ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପେପର-୧ ଏବଂ ପେପର-୨ ଅନୁଯାୟୀ କରାଯିବ। ପେପର-୧ରେ ପାସ୍‌ କରିଥିବା ପ୍ରାଥୀଙ୍କୁ ପେପର-୨ ପାଇଁ ଡକାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://ssc.nic.in/SSCFileServer/PortalManagement/UploadedFiles/notice_eng_je_12082022.pdf

Get real time updates directly on you device, subscribe now.