fbpx
BJD
BJD SKY
BJD SKY

ଡିସିପିଙ୍କୁ ଦେବେ ଷ୍ଟାଫ୍ ତାଲିକା – ପୋଲିସ୍ କମିଶନର

ଭୁବନେଶ୍ୱର, ୦୮/୦୫(ଓଡିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଲକଡାଉନ୍ ଜାରି ରହିଛି । ଏହି ସମୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ କର୍ମୀ ମାନେ ହିଁ ଯାଆସ କରୁଛନ୍ତି । ଏହା ଭିତରେ କିଛି ଲୋକ ପରିଚୟପତ୍ର ଧରି ମନଇଚ୍ଛା ବାହାରେ ବୁଲୁଥିବା ପୋଲିସ୍ ଜାଣିପାରିଛନ୍ତି । ଯାହାପରେ କମିଶନରେଟ୍ ପୋଲିସ୍ କଟକଣାକୁ ବଢ଼ାଇଛି । ଏହି ପରିପ୍ରେକ୍ଷୀରେ ଆଜି ପୋଲିସ୍ କମିଶନର କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ, କଟକଣାକୁ ଆହୁରି କଡାକଡି କରାଯିବ । ଲକଡାଉନ୍ ରେ ଯିବା ଆସିବା କରିବା ପାଇଁ ପୋଲିସ୍ କାହାକୁ ମଧ୍ୟ ପାସ୍ ଦେଇ ନାହିଁ । ଯେଉଁ ମାନେ ସଂସ୍ଥାର ପରିଚୟ ପତ୍ର ଦେଖାଉଛନ୍ତି ସେହି ମାନଙ୍କୁ ହିଁ ବିଶ୍ୱାସ କରି ଯିବାକୁ ଦିଆଯାଉଛି । ତେବେ କିଛି ଲୋକ ପରିଚୟ ପତ୍ରର ଦୁରୁପଯୋଗ କରି ମନଇଚ୍ଛା ବୁଲୁଛନ୍ତି । ତେଣୁ ଏସବୁକୁ ଦୁର କରିବା ପାଇଁ ଏବଂ ଅଯଥା ଭିଡ କମାଇବା ପାଇଁ କଟକଣାକୁ କଡାକଡି କରାଯାଇଛି ।

ତେବେ କେଉଁ କର୍ମଚାରୀ ମାନଙ୍କୁ ଅଫିସ୍ ଆସିବାକୁ କୁହାଯାଇଛି, ସେମାନେ ସଂସ୍ଥାର ତାଲିକା ଦେବେ । କର୍ମଚାରୀ ମାନଙ୍କ ତାଲିକା ଡିସିପି ଅଫିସ୍ ରେ ସଂସ୍ଥା ପକ୍ଷରୁ ଦାଖଲ କରାଯିବ । ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ୍ ଲେଟର୍ ବି ଦେବ । ଯିବା ଆସିବା କରିବା ବେଳେ ଉକ୍ତ ଅଥରାଇଜେସନ୍ ଲେଟର୍ କୁ ଦେଖାଇବେ ସଂପୃକ୍ତ କର୍ମଚାରୀ ବୋଲି ଆଜି ପୋଲିସ କମିଶନର୍ ସୁଚନା ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.