fbpx

ଦେଶର ୧୮୦ଟି ଜିଲ୍ଲାରେ ଗତ ୭ ଦିନ ଭିତରେ ଗୋଟିଏ ବି ମାମଲା ପଦାକୁ ଆସିନି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଭାରତରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି । କିଛିଦିନ ହେବ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର୍ କରୁଛି । ଏପରିକି ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୨ କୋଟି ପାର୍ କରିଛି । ଏହା ବାଦ୍ ପ୍ରତିଦିନ ସଂକ୍ରମଣ ବୃଦ୍ଧି ପାଉଛି । ଯାହାକୁ ନେଇ ଏବେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ଅପରପକ୍ଷରେ, ଦେଶର ଅଧିକାଂଶ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କିଛି ଜିଲ୍ଳାରେ କୋଭିଡ୍ ର ଗୋଟିଏ ବି ମାମଲା ସାମନାକୁ ଆସିନି । କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆକଳନ ଅନୁସାରେ ଦେଶର ପ୍ରାୟ ୧୮୦ ଟି ଜିଲ୍ଲାରେ ଗତ ୭ ଦିନ ଭିତରେ ଗୋଟିଏ ବି ମାମଲା ପଦାକୁ ଆସିନି । ଯାହା ବର୍ତ୍ତମାନର ଆଶ୍ୱସ୍ତିକର ଖବର ।

ଏଏନଆଇ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, କେନ୍ଦ୍ରିୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ, ଗତ ୭ ଦିନ ଭିତରେ ଦେଶର ୧୮୦ ଜିଲ୍ଳାରେ କରୋନାର ଗୋଟିଏ ମାମଲା ଚିହ୍ନଟ ହୋଇନି । ସେହିପରି ୧୮ ଟି ଜିଲ୍ଳାରେ ଗତ ୧୪ ଦିନ ମଧ୍ୟରେ କୌଣସି ବି ମାମଲା ଚିହ୍ନଟ ହୋଇନି । ଏହା ବ୍ୟତୀତ ଗତ ୨୧ ଦିନ ମଧ୍ୟରେ ୫୪ ଜିଲ୍ଳାରେ କିଛି ନୁଆ ମାମଲା ସାମନାକୁ ଆସିନି । ସୁଚନାଯୋଗ୍ୟ, ଦେଶବ୍ୟାପୀ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ୪ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଭ୍ୟାକସିନ୍ କୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନେଇ କହିଛନ୍ତିଯେ, ଭାରତ ସରକାର ଏ ପର୍ଯ୍ୟନ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୧୭.୪୯ କୋଟିରୁ ଅଧିକ ଡୋଜ୍ ଦେଇସାରିଲେଣି । ସେଥିମଧ୍ୟରୁ ନଷ୍ଟ ହୋଇଥିବା ଟିକାର ପରିମାଣ ହେଉଛି ୧୬ କୋଟି ୬୫ ଲକ୍ଷ ୪୯ ହଜାର ୫୮୩ । ଏହାସହ ୮୪ ଲକ୍ଷରୁ ଅଧିକ ଡୋଜ୍ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କ ପାଖରେ ରହିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ୫୩ ଲକ୍ଷରୁ ଅଧିକ ଡୋଜ୍ ମିଳିବ ।

Get real time updates directly on you device, subscribe now.