fbpx
BJD SKY
BJD SKY

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ବଢ଼ିଲା SSC CGL 2022 ଆବେଦନ ସମୟସୀମା

BJD

ନୂଆଦିଲ୍ଲୀ: ସରକାରୀ ଚାକିରୀ ଆଶାୟୀମାନଙ୍କ ପାଇଁ ଖୁସି ଖବର। କର୍ମଚାରୀ ଚୟନ ଆୟୋଗ(ଏସଏସସି) ସିଜିଏଲ ୨୦୨୨ ପାଇଁ ଆବେଦନ କରିବାର ସମୟସୀମାକୁ ୧୩ ଅକ୍ଟୋବର, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିଜିଏଲ ପରୀକ୍ଷା ୨୦୨୨ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ୮ ଅକ୍ଟୋବର ଅର୍ଥାତ ଆଜି ଶେଷ ହେଉଥିଲା। ତେବେ ଆଗ୍ରହୀ ପ୍ରାଥୀମାନଙ୍କ ପାଇଁ ଏସଏସସି ଆଉ ଏକ ସୁଯୋଗ ଦେଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏବେ ଏସଏସସି’ର ଅଫିସିଆଲ୍ ୱେବସାଇଟ ssc.nic.in ରେ ଯାଇ ୧୩ ଅକ୍ଟୋବର ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ।

ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ-୧୩ ଅକ୍ଟୋବର ୨୦୨୨।
ଅପଲାଇନ୍ ଆବେଦନ ଶୁଳ୍କ ଦେବାର ଶେଷ ତାରିଖ ହେଉଛି ୧୩ ଅକ୍ଟୋବର ୨୦୨୨।
ଅଫଲାଇନ୍ ବ୍ୟାଙ୍କ ଚାଲାଣ ମାଧ୍ୟମରେ ଫି ଦେବାର ଶେଷ ତାରିଖ ୧୫ ଅକ୍ଟୋବର ୨୦୨୨।
ଅନଲାଇନ୍ ଫି ପେମେଣ୍ଟ ଏବଂ ଆବେଦନ ସଂଶୋଧନ ପାଇଁ ୱିଣ୍ଡୋ ୧୯ ରୁ ୨୦ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଖୋଲା ରହିବ।

ବୟସସୀମା: ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ବୟସ ସୀମା ଧାର୍ଯ୍ୟ କରାଯାଇଛି। ଏଥିରେ ୧୮ ରୁ ୨୭ ବର୍ଷ, ୧୮ ରୁ ୩୦ ବର୍ଷ, ୧୮ ରୁ ୩୨ ବର୍ଷ ଏବଂ ୨୦ ରୁ ୩୦ ବର୍ଷ ମଧ୍ୟରେ ବୟସ ସୀମା ସ୍ଥିର କରାଯାଇଛି। ଏଥି ସହିତ, ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ କୋହଳ ମିଳିଛି।

ଆବେଦନ ଶୁଳ୍କ: SC, ST, PWD, ESM ଏବଂ ମହିଳା ପ୍ରାର୍ଥୀ ବ୍ୟତୀତ ସମସ୍ତ ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୧୦୦ ଟଙ୍କା ଦେବାକୁ ପଡିବ। ପ୍ରାର୍ଥୀମାନେ ୨୦ ଅକ୍ଟୋବର ୨୦୨୨ ପର୍ୟ୍ୟନ୍ତ ଅନଲାଇନରେ ଫି ଦାଖଲ କରିପାରିବେ।

ଯୋଗ୍ୟତା: ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ବା ସମାନ ଯୋଗ୍ୟତା ରହିବା ଉଚିତ୍।

ଏହି ସହଜ ପଦକ୍ଷେପଗୁଡିକ ଅନୁସରଣ କରି ଆବେଦନ ଫର୍ମ ପୁରଣ କରନ୍ତୁ।

1. ସର୍ବପ୍ରଥମେ ଏସଏସସି ର ଅଫିସିଆଲ୍ ୱେବସାଇଟ୍ ssc.nic.in କୁ ଯାଆନ୍ତୁ।
2. ତା’ପରେ ମୂଳପୃଷ୍ଠାରେ ଉପଲବ୍ଧ ଏସଏସସି ସିଜିଏଲ ୨୦୨୨ ଲିଙ୍କରେ କ୍ଲିକ୍ କରନ୍ତୁ।
3. ପ୍ରାର୍ଥୀମାନେ ଲଗଇନ୍ ବିବରଣୀ ପ୍ରବେଶ କରନ୍ତୁ ଏବଂ ସବମିଟ କରନ୍ତୁ।
4. ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।
5. ବର୍ତ୍ତମାନ ଆବେଦନ ପେମେଣ୍ଟ ଦିଅନ୍ତୁ।
6. ଫର୍ମ ପୂରଣ ହେବା ପରେ ଏହାକୁ ଦାଖଲ କରନ୍ତୁ ଏବଂ ସେଥିରୁ ଏକ ପ୍ରିଣ୍ଟ ବାହାର କରନ୍ତୁ।

 

Get real time updates directly on you device, subscribe now.