fbpx

ଦିପାବଳୀରେ ଗୁଡ୍ ନ୍ୟୁଜ୍ ଦେବ EPFO! ଆକାଉଣ୍ଟକୁ ଆସିବ PF ସୁଧ

ନୂଆଦିଲ୍ଲୀ: ଦଶହରା ଓ ଦିପାବଳୀ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ଉପହାର ବର୍ଷା କରୁଛନ୍ତି । ତେବେ ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଆଗକୁ ଦିପାବଳୀ ଆସୁଥିବା ବେଳେ ଏହା ପୂର୍ବରୁ କର୍ମଚାରୀଙ୍କ ପାଇଁ ଏକ ଶୁଭ ଖବର ଆସିପାରେ । କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍) ସୁଧ ଆସିବାର ସମ୍ଭାବନା ରହିଛି ।

ଯଦି ଇପିଏଫଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଏ, ତେବେ ୬.୫ କୋଟିରୁ ଅଧିକ ଗ୍ରାହକଙ୍କୁ ଏହାର ବେନିଫିଟ୍ ମିଳିବ । ଚଳିତ ଥର ଇପିଏଫଓ ତା’ର କର୍ମଚାରୀଙ୍କ ଆକାଉଣ୍ଟରେ ୮.୧ ପ୍ରତିଶତ ସୁଧ ହାରରେ ଅର୍ଥ ଜମା କରିବ । ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ପୂର୍ବ ବୈଠକରେ ପିଏଫ ସୁଧ ହାର ନେଇ ନିଷ୍ପତ୍ତି ହୋଇଥିଲା । ଏହାପରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏହାକୁ ମଞ୍ଜୁରୀ ଦେଇଥିଲା ।

ପିଏଫ ଆକାଉଣ୍ଟରେ କର୍ମଚାରୀ ଓ ନିଯୁକ୍ତିଦାତା ଉଭୟ ପକ୍ଷଙ୍କ ରାଶି ଜମା ହୋଇଥାଏ । ଏଥିରେ ବେସିକ ଓ ଡିୟରନେସ ଆଲାଉନ୍ସ ମିଶି ମୋଟ ୨୪ ପ୍ରତିଶତ ଜମା ହୋଇଥାଏ । ମାତ୍ର ଇପିଏଫଓ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ପେମେଣ୍ଟର ସୁଧ ପ୍ରଦାନ କରିନଥାଏ । ଆପଣ ପ୍ରତ୍ୟେକ ମାସରେ ଯେଉଁ ଅର୍ଥରାଶି ଜମା କରିଥାନ୍ତି, ତା’ର ବାର୍ଷିକ ସୁଧ ହାର ହିସାବରେ କ୍ରେଡିଟ କରାଯାଇଥାଏ । ମାତ୍ର ସୁଧ ହାରର ହିସାବ ପ୍ରତ୍ୟେକ ମାସ ହିସାବରେ କରାଯାଏ ।

Get real time updates directly on you device, subscribe now.