fbpx

ବଲିଉଡରେ ମୁସଲିମଙ୍କ ସବୁଠୁ ଅଧିକ ଯୋଗଦାନ ରହିଛି, ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ’

ମୁମ୍ବାଇ: ବଲିଉଡରେ ସବୁଠୁ ଅଧିକ ଯୋଗଦାନ ମୁସଲିମ ସମୁଦାୟର ରହିଛି। ଏହାକୁ କଦାପି ଅଣଦେଖା କରାଯାଇ ପାରିବ ନାହିଁ। ଶନିବାର ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ପ୍ରମୁଖ ଶରଦ ପାଓ୍ଵାର। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଂଖ୍ୟାଲଘୁ ଏବଂ ଉର୍ଦ୍ଦୁ ଭାଷା ଦେଶର ସମସ୍ତ ଅଞ୍ଚଳରେ ଯୋଗଦାନ ଦେଇଛି। ସମସ୍ତ କ୍ଷେତ୍ର ସେ କଳା ହେଉ କି, ରଚନା ବା କବିତା ହେଉ, ସବୁଠୁ ଅଧିକ ଯୋଗଦାନ ସଂଖ୍ୟାଲଘୁଙ୍କ ଏବଂ ଉର୍ଦ୍ଦୁ ଭାଷାର ରହିଛି। ବଲିଉଡକୁ ଉର୍ଦ୍ଧ୍ଵଗାମୀ କରାଇବାରେ ମୁସଲିମ ସଂଖ୍ୟାଲଘୁଙ୍କ ସବୁଠୁ ଅଧିକ ଯୋଗଦାନ ରହିଛି ବୋଲି ପାଓ୍ଵାର କହିଛନ୍ତି।

ବିଦର୍ଭ ମୁସଲିମ ବୌଦ୍ଧିକ ମଞ୍ଚ ଦ୍ଵାରା ଆୟୋଜିତ ‘ଭାରତୀୟ ମୁସଲମାନଙ୍କ ସାମ୍ନାରେ ପ୍ରସଙ୍ଗ’ ନାମକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏନସିପି ମୁଖ୍ୟ କହିଛନ୍ତି, ମୁସଲମାନ ସମୁଦାୟର ସଦସ୍ୟଙ୍କୁ ଲାଗୁଛି ଦେଶରେ ସେମାନଙ୍କ ବଡ ଅଂଶ ଥାଇ ମଧ୍ୟ ସେମାନଙ୍କୁ ସେମାନଙ୍କର ନାର୍ଯ୍ୟ ଦାବି ମିଳୁନି। ଏହା ହିଁ ସାଂପ୍ରତିକ ସ୍ଥିତିର ବାସ୍ତବିକତା। ଏହା ଉପରେ ବିଚାର ବିମର୍ଶ କରାଯିବା ଉଚିତ୍ ଯେ, ସେମାନଙ୍କୁ ଉଚିତ୍ ଭାଗ କେମିତି ମିଳିବ। ପୁଣି ଉର୍ଦ୍ଦୁ ଭାଷା ସହ ସମସ୍ତେ ଜଡିତ ଅଛନ୍ତି। ଆମକୁ ଉର୍ଦ୍ଦୁ ସ୍କୁଲ ଏବଂ ଶିକ୍ଷା ଉପରେ ବିଚାର କରିବା ଉଚିତ୍। ମାତ୍ର ଉର୍ଦ୍ଦୁ ସହିତ ଆମକୁ ଗୋଟିଏ ରାଜ୍ୟର ମୁଖ୍ୟ ଭାଷା ବିଷୟରେ ବି ବିଚାର କରିବା ଉଚିତ୍।

ପାଓ୍ଵାର କହିଛନ୍ତି, କେରଳରେ ସଂଖ୍ୟାଲଘୁଙ୍କ ଏକ ବଡ ଅଂଶ ରହିଛି। ଏହା ଉପରେ ଅଧ୍ୟୟନ କରାଯିବାର ଆବଶ୍ୟକତା ରହିଛି ଯେ, ରାଜ୍ୟରେ ସଂଖ୍ୟାଲଘୁ ଯାହାଙ୍କ ସାକ୍ଷରତାହାର ସବୁଠୁ ଅଧିକ, ସେମାନେ ରାଜ୍ୟର ମୁଖ୍ୟ ଭାଷାକୁ କେମିତି ସମର୍ଥନ କରୁଛନ୍ତି। ଦେଶରେ ସଂପ୍ରତି ବେରୋଜଗାର ସବୁଠୁ ବଡ ପ୍ରସଙ୍ଗ। ସଂଖ୍ୟାଲଘୁ ଉଠାଇଥିବା ଏହି ପ୍ରସଙ୍ଗର ଯଥାର୍ଥତା ରହିଥିବା ପାଓ୍ଵାର କହିଛନ୍ତି।

Get real time updates directly on you device, subscribe now.