fbpx

ମେ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଷ୍ଟାଲିନ୍

ଚେନ୍ନାଇ, ୩ା୫: ଆସନ୍ତା ୭ ତାରିଖରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ । ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଷ୍ଟାଲିନ୍ । ତେବେ ଡିଏମକେକୁ ବହୁମତରେ ବିଜୟୀ କରାଇଥିବାରୁ ରାଜ୍ୟବାସୀଙ୍କୁ ଷ୍ଟାଲିନ୍ ଧନ୍ୟବାଦ ଦେବା ସହ ନିଜର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବେ ବୋଲି କହିଛନ୍ତି । ପୂର୍ବରୁ ଡିଏମକେ ୨୦୦୬-୧୧, ୧୯୯୬-୨୦୦୧, ୧୯୮୯-୯୧, ୧୯୭୧-୭୬, ୧୯୬୭-୭୧ ପର୍ଯ୍ୟନ୍ତ ରାଜ୍ୟର ଶାସନ ଭାର ସମ୍ଭାଳିଥିଲା । ଷ୍ଟାଲିନ କୋଲାଥୁର ସିଟରୁ ଲଗାତର ତୃତୀୟ ଥର ପାଇଁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆଦି ରାଜାରାମଙ୍କୁ ୭୦ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି ।

Get real time updates directly on you device, subscribe now.