fbpx

ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି ଏହି ଷ୍ଟାର ଖେଳାଳି, ଏହି ସିଟ୍‌ରୁ ଏଥର ଲଢିବେ ନିର୍ବାଚନ

ଢାକା: ବାଙ୍ଗଲାଦେଶ ଟିମ୍ ବିଶ୍ୱକପ୍ ୨୦୨୩ରେ ଭଲ ପ୍ରଦର୍ଶନ କରିପାରିନାହିଁ । ଟିମ୍ ୯ରୁ କେବଳ ୨ଟି ଟୁର୍ଣ୍ଣାମେଣ୍ଟ ଜତିଥିଲା । ତେବେ ୮ମ ସ୍ଥାନରେ ରହି ଟିମ୍ ଚାମ୍ପିଅନ ଟ୍ରଫି ଲାଗି କ୍ୱାଲିଫାଏ କରିଥିଲା । ବାଙ୍ଗଲାଦେଶ ଟିମ୍‌ର କ୍ୟାପଟେନ୍ ଶାକିବ ଅଲ୍ ହସନ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଫ୍ଲପ୍ ହୋଇଥିଲେ । ୱାନ୍‌ଡେ ୱାର୍ଲ୍ଡ କପ୍ ୨୦୨୩ରେ ତାଙ୍କୁ ଶ୍ରୀଲଙ୍କା ବିରୁଦ୍ଧ ମ୍ୟାଚ୍‌ରେ ଆଘାତ ଲାଗିଥିଲା । ଏହାପରେ ସେ ୱାର୍ଲ୍ଡ କପ୍‌ର ଶେଷ ମ୍ୟାଚ୍ ଖେଳିପାରି ନ ଥିଲେ । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ ମଧ୍ୟ ପୁଣି କେବେ ଖେଳକୁ ଫେରିବେ ସ୍ପଷ୍ଟ ହୋଇନାହିଁ ।

ତେବେ ମିଳିଥିବା ଏକ ସୂଚନା ଅନୁଯାୟୀ ହସନ କ୍ଷମତାସୀନ ଆୱାମୀ ଲିଗ୍‌ରୁ ଦେଶର ଦ୍ୱାଦଶ ସଂସଦୀୟ ନିର୍ବାଚନ ଲଢିିବାକୁ ଯାଉଛନ୍ତି । ସେ ମଗୁରା ୧ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢିବେ ଯେଉଁଠାରେ ୭ ଜାନୁୟାରୀରେ ଭୋଟଗ୍ରହଣ ହେବ । କିନ୍ତୁ ନିର୍ବାଚନ ଲଢିବାକୁ ତାଙ୍କର ଏହି ନିଷ୍ପତ୍ତି ମଧ୍ୟରେ କ୍ରିକେଟ୍ ଡ୍ୟୁଟି ମଧ୍ୟ ମଝିରେ ଆସିବ । କାରଣ ୨୮ ନଭେମ୍ବରରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ବାଙ୍ଗଲାଦେଶ ଟିମ୍ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଘରୋଇ ଟେଷ୍ଟ ମ୍ୟାଚ୍ ଖେଳିବ । ଏହାପରେ ୧୧ରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଟିମ୍ ନ୍ୟୁଜିଲାଣ୍ଡ ଗସ୍ତ କରିବ । ବିଶ୍ୱକପ୍ ପୂର୍ବରୁ ଶାକିବ କହିଥିଲେ କି ସେ ଟି୨୦ରେ ଦଳର କ୍ୟାପଟେନ୍ ଭାବରେ ରହିବେ । ଏପରି ସ୍ଥିତିରେ ଏହା ଦେଖିବାକୁ ବାକି ରହିଲା କି ଶାକିବ ନିର୍ବାଚନ ପ୍ରଚାର ଛାଡି ନ୍ୟୁଜିଲାଣ୍ଡ ଗସ୍ତ କରୁଛନ୍ତି କି ନାହିଁ ।

Get real time updates directly on you device, subscribe now.