fbpx

ବାହାନଗାରେ ଅଭାବନୀୟ ଘଟଣା: ଏଟିଏମ ଭାଙ୍ଗି ୨୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଘଟଣା ଆଜି ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ବାହାନଗା ବଜାରରେ ଥିବା ଏସବିଆଇ ଏଟିଏମରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ତେବେ ଦୁର୍ବୃତ୍ତମାନେ ଏଟିଏମରୁ ୨୦ ଲକ୍ଷ ଲୁଟି ନେଇଥିବା ଜଣାପଡ଼ିଛି । ଏହା ପରେ ଏଟିଏମ ଘରର ସଟର ପକାଇ ସେଠାରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତମାନେ । ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.