fbpx
BJD SKY
BJD SKY

ଉଦ୍ଧାର ହେଲା ଗାତରେ ପଡିଥିବା ନାବାଳିକା: ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳାଯାଇଥିବା ଗାତରେ ଖସି ପଡିଥିଲେ

BJD

ମାଲକାନାଗିରି: ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳାଯାଇଥିବା ଗାତରେ ଖସିପଡିଥିଲେ ନାବାଳିକା । ତେବେ ଅଗ୍ନିଶମ ବିଭାଗ ଏହି ନାବାଳିକାକୁ ଉଦ୍ଧାର କରିଛି । ପ୍ରାୟ ଏକ ଘଟଣାରୁ ଅଧିକ ସମୟ ପରେ ନାବାଳିକାକୁ ଗାତରୁ ଉଦ୍ଧାର କରାଯାଇଛି । ୮ ବର୍ଷର ଶିଶୁ କନ୍ୟା ଘର ପାଖେ ଖେଳୁଥିବା ବେଳେ ଏପରି ଅଘଟଣ ଘଟିଥିଲା ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ୮ ବର୍ଷର ଶିଶୁଟି ଘର ପାଖରେ ଖେଳୁଥିବା ବେଳେ ଏପରି ଅଘଟଣ ଘଟିଥିଲା । ବିଦ୍ୟୁତଖୁଣ୍ଟ ଖୋଳାଯାଇଥିବା ଗାତରେ ସେ ଖସିପଡିଥିଲା । ସ୍ଥାନୀୟ ଲୋକେ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇଁ ମାଥିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନାବାଳିକାକୁ ଉଦ୍ଧାର କରିବାକୁ ଉଦ୍ଦ୍ୟମ କରିଥିଲେ । ଶେଷରେ ବର୍ତ୍ତମାନ ସେ ସଫଳ ହୋଇଛନ୍ତି ।

ନାବାଳିକା ଜଣକ ୬ ଫୁଟ ଗାତରେ ପଡିଯାଇଥିଲେ । ତେବେ ଘଟଣାସ୍ଥଳରେ ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ଯାଇ ପହଁଚିଥିଲେ । ଉଦ୍ଧାର କରାଯିବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଉଛି ।

Get real time updates directly on you device, subscribe now.