fbpx

‘ସ୍ୱାଧୀନତା ପରେ ଧର୍ମେନ୍ଦ୍ର ପ୍ରଧାନ ଭାରତର ସର୍ବଶ୍ରେଷ୍ଠ ଶିକ୍ଷାମନ୍ତ୍ରୀ…’: ରୋହିତ ସିଂହ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ସୂଚାରୁ ରୂପେ ନିଜ ଦାୟିତ୍ୱ ସମ୍ପନ୍ନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁଥିପାଇଁ ସାରା ଭାରତରେ ତାଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଉଛି । ଏହି କ୍ରମରେ ଯୁବ ଚେତନାର ସଂଯୋଜକ ରୋହିତ କୁମାର ସିଂହ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ରୋହିତ କହିଛନ୍ତି ଯେ, ଦେଶର ଶିକ୍ଷା କ୍ଷେତ୍ରରେ ଖୁବ ସୁନ୍ଦର କାର୍ଯ୍ୟ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ରୋହିତ ସିଂହ ଆହୁରି କହିଛନ୍ତି ଯେ, ଲର୍ଡ ମେକାଲେ ଭାରତର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରି ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶରେ ନୂଆ ଶିକ୍ଷାନୀତି ଆରମ୍ଭ ହୋଇଛି । ଏହି ଶିକ୍ଷାନୀତି ମାଧ୍ୟମରେ ଆମର ସଂସ୍କୃତିକୁ ସଂରକ୍ଷିତ କରିବା ପାଇଁ ଯଥେଷ୍ଟ ପ୍ରୟାସ କରାଯାଉଛି । ଏହପରେ ଶ୍ରୀ ସିଂହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଶର ସର୍ବଶ୍ରେଷ୍ଠ ଶିକ୍ଷାମନ୍ତ୍ରୀ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଦେଶ ସ୍ୱାଧୀନତା ପାଇବା ପରେ ବର୍ତ୍ତମାନ ସୁଦ୍ଧା ଭାରତର ସର୍ବଶ୍ରେଷ୍ଠ ଶିକ୍ଷାମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯୁବପିଢୀଙ୍କୁ ଦେଶର ଏକତା, ଅଖଣ୍ଡତା ଏବଂ ବୈଭବକୁ ବଢାଇବା ପାଇଁ ମିଳିମିଶି କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ଯୁବ ଚେତନା ସଂଯୋଜକ ରୋହିତ ସିଂହ ।

ଏହପରେ ରୋହିତ କଂଗ୍ରେସକୁ ଆକ୍ଷେପ କରି କଡ଼ା ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଆମ ଦେଶର ସଭ୍ୟତା ଏବଂ ସଂସ୍କୃତିକୁ ସମାପ୍ତ କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସମ୍ଭବ ନୁହେଁ । କେବଳ ଶିକ୍ଷା ମାଧ୍ୟମରେ ହିଁ ଦେଶର ଭବିଷ୍ୟତକୁ ସୁନ୍ଦର ଭାବରେ ସୃଷ୍ଟି କରାଯାଇପାରେ । ଦେଶର ଯୁବପିଢୀଙ୍କୁ ଶିକ୍ଷା ଦିଗରେ ଆଗେଇ ନେଲେ ଭାରତର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହୋଇପାରିବ । ତେବେ ଏହି କାର୍ଯ୍ୟ ବର୍ତ୍ତମାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଜାରି ରହିଛି ବୋଲି କହିଛନ୍ତି ରୋହିତ ସିଂହ । ତେଣୁ ସମସ୍ତ ଯୁବପିଢୀଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.