fbpx

ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ଅବସର ନେଲେ ଖତରନାକ ବୋଲର

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୮ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ କେଳିବ ଟିମ ଇଣ୍ଡିଆ । ଏଥି ସହିତ ଆସନ୍ତା ମାସ ବିଶ୍ୱକପ ପାଇଁ ମଧ୍ୟ ଦଳ ପ୍ରସ୍ତୁତ ହେଉଛି । ତେବେ ଏହି ସମୟରେ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଭାରତର ଜଣେ ଷ୍ଟାର ବୋଲର ଏବେ କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି । ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରି ସୁନାମ ଅର୍ଜନ କରିଥିବା ଏହି ଖେଳାଳି ଏବେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଭାରତର ଘରୋଇ କ୍ରିକେଟର ଜଣାଶୁଣା ଚେହେରା ଅନୁରୀତ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ୩୪ ବର୍ଷୀୟ ଏହି ଷ୍ଟାର ବୋଲର ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ଲେଖି କ୍ରିକେଟକୁ ଅଲବିଦା କହିଛନ୍ତି । ତେବେ ଟିମ ଇଣ୍ଡିଆରେ ଡେବ୍ୟୁ କରିବା ପାଇଁ ସୁଯୋଗ ପାଇ ନାହାନ୍ତି ଅନୁରୀତ ସିଂହ । ତେବେ ଆଇପିଏଲଏବଂ ଘରୋଇ ସିରିଜରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ଅନୁରୀତ ।

 

View this post on Instagram

 

A post shared by Anureet Singh (@anureet2388)

ଇଣ୍ଡିଆନ ପ୍ରିମିୟର ଲିଗରେ ପଞ୍ଜାବ କିଙ୍ଗସ, କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୋୟଲ୍ସ ପକ୍ଷରୁ ଖେଳି ବେଶ ନାଁ କମାଇଛନ୍ତି । ଏହାବ୍ୟତୀତ ଘରୋଇ କ୍ରିକେଟରେ ମଧ୍ୟ ବରୋଦା, ସିକିମ ଏବଂ ରେଲୱେ ପାଇଁ ଖେଳିଛନ୍ତି ଅନୁରୀତ । ନିଜ କ୍ୟାରିୟରରେ ୭୨ଟି ଫାଷ୍ଟ କ୍ଲାସରୁ ୨୪୯ ୱିକେଟ ହାସଲ କରିଥିବା ବେଳେ ୫୬ଟି ଲିଷ୍ଟ ଏ ମ୍ୟାଚରେ ୮୫ ଏବଂ ୭୧ଟି ଟି-୨୦ ମ୍ୟାଚରେ ୬୪ଟି ୱିକେଟ ନିଜ ନାମରେ କରିଛନ୍ତି ଅନୁରୀତ ସିଂହ ।

Get real time updates directly on you device, subscribe now.