fbpx

ଓଡ଼ିଆ ଚ୍ୟାନେଲ “ଷ୍ଟାର କିରଣ’ର ଶୁଭାରମ୍ଭ: ୬ ଜୁନ୍‌ରେ ପ୍ରିମିୟର, ପ୍ରଥମ ଥର ଏଚ୍‌ଡିରେ ମନୋରଞ୍ଜନର ମଜା ନେବେ ଦର୍ଶକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭାରତର ପ୍ରମୁଖ ଟିଭି ନେଟୱର୍କ ଡିଜ୍‌ନୀ ଷ୍ଟାର ଗୁରୁବାର ଏକ ଉତ୍ସର୍ଗୀକୃତ ଓଡ଼ିଆ ସାଧାରଣ ମନୋରଞ୍ଜନ ଚ୍ୟାନେଲ “ଷ୍ଟାର ଡିଜ୍‌ନୀ’ର ଶୁଭାରମ୍ଭ କରିଛି, ଯାହାର ପ୍ରିମିୟର ୬ ଜୁନ୍‌ ୨୦୨୨ ଦିନ ଆରମ୍ଭ ହେବ । ଏବେ ଓଡ଼ିଆ ଦର୍ଶକମାନେ ପ୍ରେରଣା, ଆଶା ଏବଂ ପ୍ରଗତିର କାହାଣୀ ସହିତ ଓଡ଼ିଶାର ସଂସ୍କୃତି ଏବଂ ମୂଲ୍ୟବୋଧ ଆଧାରିତ ବିଷୟବସ୍ତୁ ଉପରେ ମଧ୍ୟ ନିଜର ଅଭିଜ୍ଞତାକୁ ଆହୁରି ପ୍ରଗାଢ କରିପାରିବେ । ଏହି ନେଟୱର୍କ ଏସ୍‌ଡି ଏବଂ ଏଚ୍‌ଡି ଚ୍ୟାନେଲରେ ଶୁଭାରମ୍ଭ କରାଯିବ, ଯାହାକି ଓଡ଼ିଶାରେ ଏହା ପ୍ରଥମ ଆଞ୍ଚଳିକ ଏଚ୍‌ଡି ଚ୍ୟାନେଲ ଭାବେ ପ୍ରସାରିତ ହେବ ।

ଡିଜ୍‌ନୀ ଷ୍ଟାରର ସପ୍ତମ ଆଞ୍ଚଳିକ ଭାଷା ଭିତ୍ତିକ ଚ୍ୟାନେଲ ଭାବେ ଷ୍ଟାର କିରଣ ଓଡ଼ିଶାରେ ଆସୁଅଛି । ଯେହେତୁ ଆମେ ପ୍ରଗତି ଏବଂ ସଫଳତାର ନୂତନ ମାନଦଣ୍ଡ ସୃଷ୍ଟି କରିବାକୁ ଏକ ଦର୍ଶନ ସହିତ ଓଡ଼ିଶାରେ ଆମର ଯାତ୍ରା ଆରମ୍ଭ କରିଛୁ, ତେଣୁ ଆମେ କିମ୍ବଦନ୍ତୀ ଚରିତ୍ର ମାଧ୍ୟମରେ ଆକର୍ଷଣୀୟ କାହାଣୀ ପ୍ରଦର୍ଶନ କରିବାକୁ ଯୋଜନା କରିଛୁ, ଯାହାକି ଆମର ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ପ୍ରଦାନ କରିବ । ଓଡ଼ିଶାରେ ପ୍ରଥମ ଆଞ୍ଚଳିକ ଏଚ୍‌ଡି ଚ୍ୟାନେଲ “ଷ୍ଟାର କିରଣ’ର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଉତ୍ସାହିତ ତଥା ଗର୍ବିତ । ଏହି ଅବସରରେ କେଭିନ୍‌ ଭାଜ, ହେଡ୍‌-ନେଟୱର୍କ ଏଣ୍ଟରଟେନ୍‌ମେଣ୍ଟ ଚ୍ୟାନେଲ, ଡିଜ୍‌ନୀ ଷ୍ଟାର ନିଜର ଅଭିଭାଷଣ ଦେବା ଅବସରରେ କହିଛନ୍ତି ଏଥିରେ ସହଯୋଗ କରିଥିବା ଆମର ସହଯୋଗୀ ସାଥି ଓ ସହଯୋଗୀମାନଙ୍କୁ ମୁଁ ମୋର ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜ୍ଞାପନ କରୁଛି । ଷ୍ଟାର କିରଣ ସହିତ ବିଭିନ୍ନ ସକରାତ୍ମକ ତଥା ଗୁଣବତ୍ତା ବିଶିଷ୍ଟ କାହାଣୀ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କୁ ଟିଭି ଦେଖିବାର ବିରଳ ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବାକୁ ଡିଜ୍‌ନୀ ଷ୍ଟାର ନିଜର ଲକ୍ଷ୍ୟ ରଖିଛି । ଚ୍ୟାନେଲରେ ପୌରାଣିକ କାହାଣୀ ସହିତ ଆହୁରି ଅନେକ ଲୋକପ୍ରିୟ ତଥା ରୋମାଞ୍ଚକ ବିଷୟବସ୍ତୁ ସ୍ଥାନ ପାଇବ।

Get real time updates directly on you device, subscribe now.